ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଜାରି ହୋଇଥିବା କଟକଣା ଅବଧି ବୃଦ୍ଧି; ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ କଟକଣା

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କରୋନା ମହାମାରୀ ପାଇଁ ପୁଣି ଆନ୍ତର୍ଜାତୀୟ  ବିମାନ ଉଡାଣ ଉପରେ ଜାରି ହୋଇଥିବା କଟକଣା ଅବଧି ବୃଦ୍ଧି ପାଇଛି। ଜୁଲାଇ ୩୧ ପର୍ଯ୍ୟନ୍ତ ଏହି କଟକଣା ରହିବ।  ଏହି ପ୍ରତିବନ୍ଧକ ସରକାରଙ୍କ ଦ୍ୱାରା ଅନୁମୋଦିତ ଆନ୍ତର୍ଜାତୀୟ କାର୍ଗୋ ବିମାନ  ଏବଂ ବିମାନ ଚଳାଚଳ ନିୟନ୍ତ୍ରକ ଦ୍ୱାରା ଅନୁମୋଦିତ ବିମାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ମନୋନୀତ ଦେଶଗୁଡିକ ସହିତ ଦ୍ୱିପାକ୍ଷିକ ଏୟାର ବବୁଲ ଚୁକ୍ତିନାମା ଅନୁଯାୟୀ ଚାଲୁଥିବା ବିମାନଗୁଡ଼ିକ ଜାରି ରହିବ।

ସାରା ଦେଶରେ ୨୩ ମାର୍ଚ୍ଚ ୨୦୨୦ରୁ ଏହି ଲକଡାଉନ୍ ଲାଗୁ ହେବା ପରଠାରୁ ଆନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି। କିନ୍ତୁ ମେ ୨୦୨୦ ଠାରୁ ବନ୍ଦେ ଭାରତ ମିଶନ ଅଧୀନରେ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ବିମାନ ଉଡ଼ାଣ କରୁଛି। ଅଟକି ରହିଥିବା ଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଚଲାଯାଇଥିଲା ।

Leave A Reply

Your email address will not be published.