ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁଦ୍ୱାର ସାମ୍ନାରେ ଚାଷୀନେତା ରାକେଶ ଟିକାୟତ ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ ଉଦ୍ୟମ

କଟକ: ଯାଜପୁର ଚଣ୍ଡିଖୋଲ କୃଷକ ମହାପଞ୍ଚାୟତରୁ ଫେରିବା ବେଳେ ରାକେଶ ଟିକାୟତଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି । କଟକ ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକ ଉପରେ ଆକ୍ରମଣ ଉଦ୍ୟମ କରିଛି ଦେବ ସେନା କର୍ମୀ । ଫଳରେ ଗୁରୁଦ୍ୱାର ସମ୍ମୁଖରେ ପ୍ରାୟ ଅଧ ଘଣ୍ଟା ଧରି ଆତଙ୍କ ଲାଗି ରହିଥିଲା । ରାକେଶ ଟିକାୟତ ଗୁରୁଦ୍ୱାରରୁ ଦର୍ଶନ କରି ଫେରିବା ବେଳେ ଦେବ ସେନା କର୍ମୀ ବିରୋଧ କରିଥିଲେ । ଦେବ ସେନା କର୍ମୀ ଗାଡ଼ି ଟିକାୟତଙ୍କ ଗାଡ଼ି ଉପରକୁ ପଥର ଫୋପାଡ଼ି ଥିବା ଅଭିଯୋଗ ହୋଇଛି । ଟିକାୟତଙ୍କ ପୋଷ୍ଟର ଚିରାକୁ ନେଇ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଖବରା ପାଇ ମାଲଗୋଦାମ ଥାନା ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ଦେବ ସେନା କର୍ମୀ ଅଭିନାଶ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

Leave A Reply

Your email address will not be published.