ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛେଳିଙ୍କ ବୟସ ଜାଣିବାର ସହଜ ଉପାୟ

ଡ. ନିରାକାର ଜେନା : ଆମ ରାଜ୍ୟରେ କିଛି ଲୋକ ଛେଳିପାଳନ କରି ଗୁଜୁରାଣ ମେଣ୍ଟାନ୍ତି। ବେଳେ ବେଳେ ଚାଷୀ ଭାଇମାନେ ଛେଳିମାନଙ୍କର ବୟସ ସଠିକ୍‌ ଭାବରେ ନିରୂପଣ କରି ନ ପାରି ବୟସ୍କ ଛେଳି କିଣି ଠକାମିର ଶିକାର ହୋଇଥାଆନ୍ତି। ତେବେ ଛେଳି ପାଳନରେ ଲାଭ ପାଇବା ପାଇଁ ହେଲେ ଠିକ୍‌ ପ୍ରଜାତି ଓ କମ୍‌ ବୟସର ଛେଳି କିଣିବାର ଆବଶ୍ୟକତା ରହିଛି। ଛେଳିମାନଙ୍କର ବୟସ ଜାଣିବାର ଉପାୟ ଜଣାଥିଲେ ସାଧାରଣତଃ ଠିକ୍‌ ବୟସର ଛେଳି କିଣି ଛେଳି ଫାର୍ମରେ ଉନ୍ନତି ହୋଇପାରିବ।

କିପରି ଜାଣିବେ :-
ଛେଳିମାନଙ୍କର ବୟସ ମୁଖ୍ୟତଃ ସେମାନଙ୍କର ତଳମାଢ଼ିର ଆଗଦାନ୍ତ ଇନ୍‌ସିଜ୍‌ର ଦାନ୍ତକୁ ବିଚାର କରି ଜଣାଯାଇଥାଏ । ଛେଳିମାନଙ୍କର ଜନ୍ମରୁ ଏକ ବର୍ଷ ବୟସ ମଧ୍ୟରେ ସେମାନଙ୍କର ତଳମାଢ଼ିରେ ଆଠଟି କିମ୍ବା ୪ଯୋଡ଼ା ଅସ୍ଥାୟୀ ଆଗଦାନ୍ତ ବା ଟେମ୍ପରାରି ଇନ୍‌ସିଜ୍‌ର ଦାନ୍ତ ଥାଏ । ଛେଳିର ବୟସ ଏକ ବର୍ଷ ବେଳକୁ ତଳମାଢ଼ିରେ ଥିବା ଏକ ଯୋଡ଼ା ବା ଦୁଇଟି ଅସ୍ଥାୟୀ ଆଗଦାନ୍ତ ବା ଟେମ୍ପରାରି ଇନ୍‌ସିଜ୍‌ର ଟିଥ୍‌ ସ୍ଥାୟୀ ବା ପରମାନେଣ୍ଟ ଇନ୍‌ସିଜ୍‌ର ଟିଥ୍‌କୁ ରୂପାନ୍ତରିତ ହୋଇଥାଏ ।

ସେହିପରି ଛେଳିର ଦୁଇବର୍ଷ ବୟସରେ ଦୁଇଯୋଡ଼ା ବା ଚାରୋଟି, ତିନିବର୍ଷ ବୟସରେ ତିନି ଯୋଡା ବା ୬ଟି ଏବଂ ଚାରିବର୍ଷ ବୟସରେ ୪ଯୋଡ଼ା ବା ଆଠୋଟି ସ୍ଥାୟୀ ଆଗଦାନ୍ତ ବା ପରମାନେଣ୍ଟ ଇନ୍‌ସିଜ୍‌ର ଟିଥ୍‌ ଦାନ୍ତ ବାହାରିଥାଏ ।

ସ୍ଥାୟୀ ଦାନ୍ତ ବା ପରମାନେଣ୍ଟ ଇନ୍‌ସିଜର ଟିଥ୍‌ ସାଧାରଣତଃ ଅସ୍ଥାୟୀ ଆଗଦାନ୍ତ ବା ଟେମ୍ପରାରି ଇନ୍‌ସିଜ୍‌ର ଟିଥ୍‌ ଠାରୁ ବଡ଼ ଏବଂ ଧଳା ଅଟେ। ଚାରିବର୍ଷ ବୟସରେ ଛେଳିମାନଙ୍କର ତଳମାଢ଼ିର ସମସ୍ତ ସ୍ଥାୟୀ ଦାନ୍ତ ସମ୍ପୂର୍ଣ୍ଣଭାବରେ ଉଠି ଯାଇଥାଏ । ତେଣୁ ଚାରିବର୍ଷରେ ଛେଳିମାନଙ୍କର ବୟସ୍କ ବା ପୂର୍ଣ୍ଣଦାନ୍ତ ଛେଳି ବୋଲି କୁହାଯାଇଥାଏ । ଚାରିବର୍ଷ ପରେ ଛେଳିମାନଙ୍କର ସ୍ଥାୟୀ ଆଗଦାନ୍ତ ଘୂରିବା, ଭାଙ୍ଗିବା ଓ ପଡ଼ିବା ଆରମ୍ଭ ହୋଇଥାଏ ।

ଚାରିବର୍ଷ ପରେ ଛେଳିମାନଙ୍କର ପ୍ରଜନନ କ୍ଷମତା, ଶାରୀରିକ ବୃଦ୍ଧି, ମାଂସ ଉତ୍ପାଦନ କ୍ଷମତା ଆଦି କମିବା ଆରମ୍ଭ ହୋଇଥାଏ । ତେଣୁ ଚାରିବର୍ଷ ପରେ ଛେଳିମାନଙ୍କୁ ଆଉ ନ ରଖି ବିକ୍ରି କରିଦେବା ଉଚିତ । ତେଣୁ ଏହିପରି ଛେଳିମାନଙ୍କର ଦାନ୍ତକୁ ବିଚାର କରି, ସେମାନଙ୍କର ବୟସ ନିରୂପଣ କରାଯାଇଥାଏ ।
ବ୍ଲକ୍‌ ଭେଟେନାରୀ ଅଫିସର
ତିହିଡ଼ି, ଭଦ୍ରକ

Leave A Reply

Your email address will not be published.