ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ପାରୋଲ

ନୂଆଦିଲ୍ଲୀ: ଅସୁସ୍ଥ ମା’ଙ୍କ ଯତ୍ନ ନେବା ପାଇଁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ପାରୋଲ ପ୍ରଦାନ କରାଯାଇଛି । । ରୋହତକ ସୁନାରିଆ ଜେଲରେ ରହିଥିବା ଗୁରୁମିତ ରାମ ରହୀମ ତାଙ୍କ ଅସୁସ୍ଥ ମା’ଙ୍କ ଯତ୍ନ ନେବା ପାଇଁ ମେ ୧୮ରେ ‘ଜରୁରୀକାଳୀନ ପାରୋଲ’ ମାଗିଥିଲେ । ଦୁଇ ଅନୁଗାମୀଙ୍କୁ ବଳାତ୍କାର ଅଭିଯୋଗରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି ରାମ୍ ରହୀମ୍‌ ।

ରାଜ୍ୟ ଜେଲ ମନ୍ତ୍ରୀ ରଞ୍ଜିତ ସିଂ କହିଛନ୍ତି ଯେ ଆଇନ ଅନୁଯାୟୀ ଏକ ବ୍ୟବସ୍ଥା ଅଛି ଯେ ଯଦି ଦୋଷୀ ପରିବାରରେ ଜରୁରୀକାଳୀନ ପରିସ୍ଥିତି ଉପୁଜେ ତେବେ ପୋଲିସ ସୁରକ୍ଷା ଅଧୀନରେ ତାଙ୍କ ପରିବାରକୁ ଭେଟିବାକୁ ଅନୁମତି ଦିଆଯିବ ।

Leave a comment