ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଓ ଆସନ୍ତାକାଲି ପାଇଁ ରାଜ୍ୟର ୧୨ ଜିଲ୍ଲାକୁ ଘନ କୁହୁଡ଼ି ଚେତାବନୀ

ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ପାଇଁ ରାଜ୍ୟର ୧୨ ଜିଲ୍ଲାକୁ ଘନ କୁହୁଡ଼ିର ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ରାତିର ତାପମାତ୍ରା ବୃଦ୍ଧି ଯୋଗୁଁ ରାଜ୍ୟରେ ଶୀତ କମିଥିଲେ ମଧ୍ୟ ଘନ କୁହୁଡି ଦେଖାଯାଉଛି । ସୋମବାର ସକାଳେ କିଛି ସ୍ଥାନରେ ଘନ କୁହୁଡି ଦେଖାଯାଇଥିଲା । ଘନ କୁହୁଡ଼ି ପାଇଁ ଚେତାବନୀ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ ଗଜପତି, କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ା ।

Leave A Reply

Your email address will not be published.