ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁପଚୁପ ଦୋକାନ ଉପରକୁ ମାଡ଼ିଗଲା ଡମ୍ପର , ଗୁପଚୁପ ବିକାଳୀ ସହିତ ନାବାଳକର ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କାଳିମାଟି ଠାରେ ଏକ ଦୁଖଃଦ ଘଟଣା ଘଟି ଯାଇଛି । ଅପରାହ୍ନରେ ଏକ ଟ୍ରକ ଗୁପଚୁପ ଦୋକାନକୁ ଚଢିଯିବାରୁ 2 ନାବାଳକଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗୁପଚୁପ ବିକାଳୀ ଲକ୍ଷ୍ମଣ ଭଗତ ଓ ସ୍ଥାନୀୟ ଜଣେ ୧୦ ବର୍ଷର ନାବାଳକ କିସ୍ମତ ମୁଣ୍ଡା । ସୂଚନା ଅନୁଯାୟୀ ଓ ଆର୍ ୦୯ ଏଚ -୬୦୭୩ ନମ୍ବର ବିଶିଷ୍ଟ ଡ଼ମ୍ପର ନିକଟସ୍ଥ ଏକ ଖଣିରୁ ଖଣିଜ ବୋଝେଇ କରି ନୟାଗଡ଼ ରେଳ ସାଇଡ଼ିଂକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା । ଫଳରେ ଏଭଳି ଅଭାବନିୟ ଘଟଣା ଘଟିଛି।ଦୁର୍ଘଟଣା ପରେ ଘଟଣା ସ୍ଥାଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ବାମେଵାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେହେଁ ଖବର ଲେଖା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଛି ।

Leave A Reply

Your email address will not be published.