ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ରୀଷ୍ମ ପ୍ରବାହରେ ବଢୁଛି ତରଭୁଜ ଚାହିଦା

ଉପଯୁକ୍ତ ବଜାର ଓ ଶୀତଳିକରଣ କେନ୍ଦ୍ର ପାଇଁ ଅନୁରୋଧ କଲେ ଚାଷୀ କୁଳ

ମାଲକାନଗିରି: ଖରାଦିନ ଆସିଗଲେ ବଜାରରେ ବଢିଥାଏ ଖରାଦିନିଆ ଫଳର ଚାହିଦା, ଆଉ ଗରମରୁ ଆଶ୍ଵସ୍ତି ଦେବାପାଇଁ ତରଭୁଜ ହେଇଥାଏ ଲୋକଙ୍କ ମୁଖ୍ୟ ପସନ୍ଦ । ପିଲାଠାରୁ ବୟସ୍କ ସମସ୍ତଙ୍କ ବେସ ପସନ୍ଦର ଫଳ ତରଭୁଜ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ତରଭୁଜର ଉତ୍ପାଦନ ବେସ ଅଧିକ । ଜିଲ୍ଲାରେ ଲୋକେ ପ୍ରାୟ ଚାଷ କରି ଗୁଜୁରାଣ ମେଣ୍ଟଉ ଥିବା ବେଳେ ଚାଷୀ ଖରାଦିନେ ତରଭୁଜ ଚାଷ କରିଥାନ୍ତି । ତେବେ ଚଳିତ ବର୍ଷ ଜିଲ୍ଲାରେ ତରଭୁଜ ଚାଷ ଭଲ ହୋଇଛି, ଉତ୍ପାଦନକୁ ଦେଖି ବେସ ଦୁଇପଇସା ଭଲ ରୋଜଗାର ପାଇଁ ଚାଷୀ ସ୍ଵପ୍ନ ଦେଖୁଥିବା ବେଳେ ସେମାନଙ୍କ ପାଇଁ ତରଭୁଜ ବିକ୍ରିନିମନ୍ତେ ଉପଯୁକ୍ତ ବଜାରର ଆବଶ୍ୟକତା ରହିଥିବା ଚାଷୀ ପ୍ରକାଶ କରିଛନ୍ତି ।

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା, ଜିଲ୍ଲାରେ ଲୋକଙ୍କ ମୁଖ୍ୟ ରୋଜଗାରର ପନ୍ଥା କହିଲେ ଚାଷକୁ ହିଁ ବୁଝାଯାଇଥାଏ । ଲୋକେ ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଖରାଦିନରେ ଚାଷୀ ତରଭୁଜ ଚାଷ କରିଥାନ୍ତି । ତରଭୁଜ ଚାଷ ପାଇଁ ମାଲକାନଗିରି ଜିଲ୍ଲାର ବେସ ନାଁ ଥିବା ସହ ଖରା ଦିନ ଆସିଲେ ବଢିଥାଏ ତରଭୁଜର ଚାହିଦା । ଚଳିତ ଖରା ଋତୁ ଆରମ୍ଭ ହୋଇଥିବା ବେଳେ ବଢିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଆଉ ଏହାରି ମଧ୍ୟରେ ବଜାରରେ ବଢିବାରେ ଲାଗିଛି ତରଭୁଜର ଚାହିଦା । ତେବେ ଚଳିତ ବର୍ଷ ତରଭୁଜ ଚାଷୀଙ୍କ ଅମଳ ମଧ୍ୟ ବେସ ଭଲ ହୋଇଥିବା ବେଳେ ବଜାରରେ ତରଭୁଜ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ଚାଷୀଙ୍କ ଅମଳ ଭଲ ହୋଇଛି ସତ କିନ୍ତୁ ଏହା ସତ୍ବେ ମଧ୍ୟ ତରଭୁଜ ଚାଷୀ ବର୍ତ୍ତମାନ ଚିନ୍ତାରେ । ଯେଉଁ ଆସା ଓ ପରିଶ୍ରମରେ ସେମାନେ ଚାଷକରି ଭଲ ଫସଲ ଉତ୍ପାଦନ କରିଛନ୍ତି, ସେ ଅନୁଯାଇ ଚାଷୀଙ୍କୁ ରୋଜଗାର ମିଳୁନାହି । ବଜରରେ ତରଭୁଜ ଭରପୁର ଉପଲବ୍ଧ ଥିବାବେଳେ ଲୋକେ ଏହାକୁ ଅତିକମ ଦାମରେ କିଣୁଛନ୍ତି । ଚାଷୀ ବି ଫଳ ନଷ୍ଟ ହୋଇଯିବା ଭୟରେ ଲୋକଙ୍କୁ କମ ଦରରେ ତରଭୁଜ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତରଭୁଜ ରଖିବା କିମ୍ବା ରପ୍ତାନି କରିବା ନିମନ୍ତେ ସେଭଳି କୌଣସି ବ୍ୟବସ୍ତା କରାଯାଇ ନଥିବାରୁ ଚାଷୀ ନିଜ ପରିଶ୍ରମର ମୂଲ୍ୟ ପାଇପାରୁ ନଥିବା ପ୍ରକାଶ କରିଛନ୍ତି ।

ଅପରପଟେ ଜିଲ୍ଲାର ତରଭୁଜ ବିକ୍ରିକୁ ଦୃଷ୍ଠୀରେ ରାଖୀ ଆନ୍ଧ୍ର, ଛତିଶଗଡ ଓ ତେଲେଙ୍ଗାନାର ବେପାରୀ ଆସି ମାଲକାନଗିରି ଚାଷୀଙ୍କ ଠାରୁ ଭଲ ଓ ବଡ ତରଭୁଜ ଅଳ୍ପ ଦରରେ କିଣି ନେଇ ବାହାରେ ଚଢା ଦରରେ ବିକ୍ରି କରୁଛନ୍ତି । ନିଜ ଫସଲ ନଷ୍ଟ ହେବା ଭୟରେ ଚାଷୀ କଳାବଜାରୀଙ୍କୁ ତରଭୁଜ ବିକ୍ରି କରୁଥିବା ବେଳେ ଏହାର ବେସ ଲାଭ ଉଠାଉଛନ୍ତି ଅସାଧୁ ବ୍ୟବାସୀୟ । ସରକାର ଜିଲ୍ଲାର ତରଭୁଜ ଚାଷୀଙ୍କ ପାଇଁ ଉପଯୁକ୍ତ ଶୀତଳିକରଣ କେନ୍ଦ୍ର ଓ ବାହାର ରାଜ୍ୟକୁ ରପ୍ତାନି କରାଇବା ନିମନ୍ତେ ଉପଯୁକ୍ତ ବଜାର କରାଇଲେ ଚାଷୀ ବେସ ଲାଭବାନ ହୋଇପାରିଥାନ୍ତେ ବୋଲି ଚାଷୀ କୁଳ ପ୍ରକାଶ କରିଛନ୍ତି । ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଲୋକେ ଚାଷକରି ଭଲ ଅମଳ କରୁଥିବା ଫସଲ ପାଇଁ  ବିଶେଷ ଦୃଷ୍ଟି ଦେଲେ ଜିଲ୍ଲାବାସୀ ତଥା ଚାଷୀକୁଳ ଭଲ ରୋଜଗାର କ୍ଷମ ହେବାସହ କଳାବଜାରୀ କମିପାରିବ ବୋଲି ବୁଦ୍ଧିଜୀବି ମତ ରଖିଛନ୍ତି ।

 

Leave A Reply

Your email address will not be published.