ବୁର୍ଲା ଭିମସାରରେ ଡେଲଟା ଭାରିଆଣ୍ଟ, ୨୧ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କଠାରେ ଡେଲଟା ଭାରିଆଣ୍ଟ ଚିହ୍ନଟ

ବୁର୍ଲା : ବୁର୍ଲା ଭିମସାରରେ ଡେଲଟା ଭାରିଆଣ୍ଟ ଚିହ୍ନଟ। ୨୧ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କଠାରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡିଛି। ଏନେଇ ଭୀମସାର ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି। ପୂର୍ବରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କର ଜେନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଯେଉଁଥିରୁ  ପ୍ରଥମ ପର୍ଯ୍ୟାୟରେ ଯାଇଥିବା ୨୧ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ଜେନମ୍ ସିକ୍ୱେନ୍ସିଂ ପରୀକ୍ଷା କରାଯାଇଛି । ଯେଉଁଥିରେ ୨ ଜଣ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାଇରସ୍ ଚିହ୍ନଟ ହୋଇଥିବା ଜଣାପଡିଛି । ବାକି ୯ ଜଣଙ୍କ ଠାରେ ଡେଲ୍ଟାର ଅନ୍ୟାନ୍ୟ ଭାରିଆଣ୍ଟ ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ତେବେ ଏହାକୁ ନେଇ ଭୟ କରିବାର କୌଣସି କାରଣ ନଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଏଥିରୁ ସୁସ୍ଥ ମଧ୍ୟ ହୋଇସାରିଥିବା କର୍ତ୍ତୃପକ୍ଷ କହିଛନ୍ତି । ତେବେ ଡେଲ୍ଟା ପୁରୁଣା ଭେରିଆଣ୍ଟ ହୋଇଥିବା ବେଳେ ସଂକ୍ରମିତ ଛାତ୍ରଛାତ୍ରୀ ଠାରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ । ତେବେ ବର୍ତମାନ ଓମିକ୍ରନକୁ ନେଇ ଯେଉଁ ପ୍ରକାର ଚର୍ଚା ଲାଗିରହିଛି ସଂକ୍ରମିତ ଛାତ୍ରଛାତ୍ରୀଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ନାହିଁ।

ଅନ୍ୟପଟେ ବୁର୍ଲା ଭିମସାରରେ କୋଭିଡ ସଂକ୍ରମଣ ଗତ କିଛି ଦିନ ହେଲା ନିୟନ୍ତ୍ରଣରେ ଅଛି। ସୂଚନା ଅନୁଯାୟୀ ପଥମ ତିନିଦିନରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କରେ ବୃଦ୍ଧି ପାଇପାଇଁ ୫୧ ରେ ପହଞ୍ଚିଥିବା ବେଳେ ଚତୁର୍ଥରୁ ୭ମ ଦିନ ଯାଏଁ ସ୍ଥିତି ନିୟନ୍ତ୍ରଣରେ ରହି ସଂକ୍ରମିତଙ୍କ ସଂଖ୍ୟା ୬୩ ରେ ପହଂଚି ଥିଲା କିନ୍ତୁ ଅଷ୍ଟମଦିନ ପଠାଯାଇଥିବା ୧୨୦ ଜଣଙ୍କ ଆର୍ଟିପିସିଆର ନମୁନାରୁ ୧୦ ଡାକ୍ତରୀ ଛାତ୍ର ଓ ଜଣେ ଲାବରୋଟୋରି ଆଟେଣ୍ଡାଣ୍ଟଙ୍କୁ ମିଶାଇ ୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ଏହି ସଂଖ୍ୟା ଏବେ ୭୪ କୁ ଛୁଇଁଥିଲା। ମାତ୍ରଏବେ ସ୍ଥିତି ନିୟନ୍ତ୍ରଣ ରେ ଅଛି ବୋଲି ଭିମସାର ଅଧ୍ୟକ୍ଷା ଡାକ୍ତର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି।

Leave a comment