ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଭିସ୍ତାରା ବିମାନରେ ଯାନ୍ତ୍ରିକ ତ୍ରୁଟି, ଉଡ଼ାଣ ଭରିବାର କିଛି ସମୟ ପରେ ଦିଲ୍ଲୀରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ମଝି ଆକାଶରେ ବିମାନରେ ତ୍ରୁଟି । ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଭିସ୍ତାରା ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବା ପରେ ଦିଲ୍ଲୀରେ ଜରୁରୀ ଅବତରଣ କରିଥିବା ନେଇ ସୂଚନା ମିଳିଛି । ହାଇଡ୍ରୋଲିକ୍ ସିଷ୍ଟମ ଫେଲ୍ ହେବା କାରଣରୁ ଉଡାଣ ଭରିବାର କିଛି ସମୟ ପରେ ବିମାନଟି ବିମାନ ବନ୍ଦରକୁ ଫେରି ଆସିଥିବା ଜଣାପଡିଛି ।

ସୂଚନା ଅନୁସାରେ ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଭିସ୍ତାରା ଏୟାରଲାଇନ୍ସର ଏ୩୨୦ ବିମାନରେ ସଂଧ୍ୟା ୭ଟା ୫୩ ମିନିଟରେ କେତେକ ତ୍ରୁଟି ଦେଖାଦେଇଥିଲା । ବିମାନର ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଦେଖାଯିବାରୁ ତାହାକୁ ୮ଟା ୧୯ ମିନିଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ଘଟଣାରେ ସବୁ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି ।

Leave A Reply

Your email address will not be published.