ଓମିକ୍ରନ୍ ଭୟ: ଦିଲ୍ଲୀରେ ଆଜିଠୁ ନାଇଟ କର୍ଫ୍ଯୁ ଜାରି

ନୂଆଦିଲ୍ଲୀ: ବ୍ଯାପିବାରେ ଲାଗିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ଯା । ସୋମବାର ଦିନ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୬୩ଟି ଓମିକ୍ରନ୍ ମାମଲା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏଥିସହ ଦିଲ୍ଲୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ଫଳରେ ମୁମ୍ବାଇକୁ ଟପିଯାଇଛି ରାଜଧାନୀ ଦିଲ୍ଲୀ। ଦୃତ ଗତିରେ ଓମିକ୍ରମ ବ୍ଯାପୁଥିବା କରାଣରୁ ରାଜଧାନୀ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି। ଆଜି ରାତିରୁ ଏହା କାର୍ଯ୍ଯକାରୀ ହେବ । ଏହି କର୍ଫ୍ୟୁ ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ଯନ୍ତ ଲାଗୁ ହେବ। ରାତ୍ରି କର୍ଫ୍ୟୁ ସମୟରେ ସମାବେଶ ଆୟୋଜନ ଅନୁମତି ଦିଆଯାଇନାହିଁ। ଜରୁରୀ କାମ ନ ଥିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ରହିଛି।

Leave a comment