ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏକଜିଟ୍ ପୋଲ: ବିଜେପି ହାତରୁ ଖସିବ ଦିଲ୍ଲୀ ମହାନଗର ନିଗମ, ଆପକୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ: ବିଜେପି ହାତରୁ ଖସିଯିବ ଦିଲ୍ଲୀ ମହାନଗର ନିଗମ ( ଏମସିଡି ) ।  ଏକଜିଟ୍ ପୋଲରୁ ମିଳୁଛି ସୂଚନା । ଏମସିଡିକୁ କବଜା କରିପାରେ ଆପ୍ । ୧୫୦  ରୁ ୧୭୦  ଓ୍ବାର୍ଡ ଜିତିପାରେ ଆପ୍ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି । ଦୀର୍ଘ ୧୫ ବର୍ଷ ହେଲା ଦିଲ୍ଲୀ ମହାନଗର ନିଗମ ବିଜେପି କବଜାରେ ରହିଥିଲା। ଦିଲ୍ଲୀରେ କ୍ଷମତାସୀନ ଆପ୍‌ ମହାନଗର ନିଗମକୁ ବି ନିଜ ଦଖଲକୁ ନେବ ବୋଲି ଆଜି ସାମ୍ନାକୁ ଆସିଥିବା ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି।

ସୂଚନା ଅନୁଯାୟୀ,  ରବିବାର ଦିଲ୍ଲୀର ୨୫୦ ମହାନଗର ନିଗମ ଆସନରେ ଭୋଟ ହୋଇଥିଲା। ଆସନ୍ତା ବୁଧବାର ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଏହାପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରାଯାଇଛି। ଏହାର ଅର୍ଥ ଭୋଟ ଦେବା ପରେ ଲୋକମାନେ ଦେଇଥିବା ମତାମତକୁ ଆଧାର କରି ଏହି ରେଜଲ୍ଟ ପ୍ରକାଶ କରାଯାଇଛି।

ଆଜତକ କରିଥିବା ଏକଜିଟ ପୋଲ ରିପୋର୍ଟ ଅନୁସାରେ, ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଦିଲ୍ଲୀ ମହାନଗର ନିଗମର ୨୫୦ଟି ୱାର୍ଡରୁ ୧୪୯ରୁ ୧୭୧ଟିରେ ଜିତିବ। ସେହିପରି ଟାଇମ୍ସ ନାଓରେ କୁହାଯାଇଛି ଯେ ଆପ୍‌ ୧୪୬ରୁ ୧୫୬ଟି ଆସନ ଜିତିବ। ଆଜତକ କହିଛି ଯେ ବିଜେପି ୬୯ରୁ ୯୧ଟି ଓ ଟାଇମ୍ସ ନାଓରେ ବିଜେପି ୮୪-୯୪ ଆସନ ମଧ୍ୟରେ ସୀମିତ ରହିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Leave A Reply

Your email address will not be published.