ଦିଲ୍ଲୀରେ ମେୟର ନିର୍ବାଚନକୁ ନେଇ ରାସ୍ତାକୁ ଓହ୍ଲାଇଲା ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: ହେଇପାରୁନାହିଁ ଦିଲ୍ଲୀ ମେୟର ନିର୍ବାଚନ। ତିନି ଥର ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ ସ୍ଥଗିତ ରହିଥିବା ବେଳେ ଭୋଟିଂ ନିୟମରେ ପରିବର୍ତ୍ତନକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି। ବିଜେପି ହେର୍ଡକ୍ବାର୍ଟର ଆଗରେ ଆପ୍ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଛି। ଦିଲ୍ଲୀ ଉପରାଜ୍ୟପାଳ ୧୦ ମନୋନୀତ ସଦସ୍ୟଙ୍କୁ ଭୋଟିଂ ପାଇଁ ଅନୁମତି ଦେବାକୁ ନେଇ ଗତକାଲି ଏମସିଡି ହାଉସରେ ଜୋରଦାର ହଙ୍ଗାମା ହୋଇଥିଲା । ସମ୍ବିଧାନ ବିରୋଧରେ ଯାଇ ଉପରାଜ୍ୟପାଳ ନିର୍ବାଚନ କରିବାକୁ ଚାହୁଁଥିବାରୁ ଆପ ଏହାର ଦୃଢ଼ ବିରୋଧ କରିଥିଲା । ସେପଟେ ଉପରାଜ୍ୟପାଳଙ୍କ ମନମାନୀକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଆପ । ତିନି ଥର ନିର୍ବାଚନ ସ୍ଥଗିତ ରଖାଯିବାକୁ ନେଇ ଆମ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ଶେଲି ଓବରଏ ପିଟିସନ ଦାଏର କରିଛନ୍ତି ।

Leave a comment