ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି କାୟା ମେଲିଲା କରୋନା : ବାଧ୍ୟତାମୂଳକ ହେଲା ମାସ୍କ୍‌,ଉଲ୍ଲଘଂନ କଲେ ୫୦୦ ଫାଇନ୍‌

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। କିଛି ଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଲୋକମାନେ ଟିକେ ଆଶ୍ବସ୍ତ ହୋଇଥିବା ବେଳେ ଏବେ ପୁଣିଥରେ କରୋନା କାୟା ମେଲାଇବା ଆରମ୍ଭ କରିଛି। ଦେଶର ରାଜଧନାୀ ଦିଲ୍ଲୀରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୬୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଦିଲ୍ଲୀରେ ୫୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମିତ ସଂଖ୍ୟା ୨୬ ପ୍ରତିଶତ ବୃଦ୍ଧି ପାଇଛି । ଏଥିସହ ମୋଟ ସକ୍ରିୟ ସଂକ୍ରମିତ ସଂଖ୍ୟା ୧୯ ଶହରୁ ଅଧିକ ରହିଛି । ଦିଲ୍ଲୀରେ ପଜିଟିଭିଟି ରେଟ୍ ବି ଚିନ୍ତାଜନକ ରହିଛି।

ଏହାରି ମଧ୍ୟରେ ଦିଲ୍ଲୀରେ ବଢୁଥିବା ସଂକ୍ରମଣକୁ ନେଇ ଦିଲ୍ଲୀ ସରକାର ରାଜ୍ୟରେ ପୁଣି କରୋନା କଟକଣା କଡାକଡି କରିବାକୁ ଚେଷ୍ଟା କରିଛନ୍ତି । ଦିଲ୍ଲୀ ସରକାର ଆଗଭଳି ପୁଣି ରାଜ୍ୟରେ ମାସ୍କ କଟକଣା କଡାକଡି କରିଛନ୍ତି। ପୂର୍ବ ଲକଡାଉନ ଭଳି ଏବେ ରାଜ୍ୟରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଯଦି କେହି ଏହି କଟକଣାକୁ ଉଲଙ୍ଘନ କରେ ତେବେ ତାଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଯିବ । ଆଜି ଆୟୋଜିତ ବୈଠକରେ ‘ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ ନିଷ୍ପତ୍ତି ନେଇଛନ୍ତି।

ଜାତୀୟ ରାଜଧାନୀରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ପୁନର୍ବାର ବୃଦ୍ଧି ପାଇବାରୁ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀରେ ବଢୁଥିବା ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଶିକ୍ଷାମନ୍ତ୍ରୀ ମନିଷ ସିଶୋଦିଆ ସ୍କୁଲଗୁଡିକରେ କରୋନା କଟକଣା ନେଇ ଏକ ଏସଓପି ଜାରି କରିସାରିଛନ୍ତି । ମନିଷ ସିଶୋଦିଆ ଜାରି କରାଯାଇଥିବା ଏସଓପି ମୁତାବକ ସଂକ୍ରମଣ ବଢିଲେ ବି ସ୍କୁଲ ବନ୍ଦ କରାଯିବ ନାହିଁ । ଏନେଇ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଶିକ୍ଷାନୁଷ୍ଠାନଗୁଡିକ ପାଇଁ ଅଲଗା ଏସଓପି ଜାରି କରିବେ ବୋଲି ଜଣାପଡିଛି । ପିଲାଏ ପ୍ରତ୍ୟକ୍ଷ ସ୍କୁଲ୍‌ ଆସି କ୍ଲାସ୍ କରିବେ ବୋଲି କର୍ତ୍ତୃପକ୍ଷମାନେ ନିଷ୍ପତ୍ତି ନେଇଛନ୍ତି କିନ୍ତୁ, କୋଭିଡ୍‌ ଆଚରଣ ପାଳନ ପାଇଁ ‘ଏସ୍‌ଓପି’ ଜାରି କରାଯିବ। ସାମାଜିକ ସମାବେଶ ଉପରେ ନିଷିଦ୍ଧାଦେଶ ଜାରି ହେବନାହିଁ ମାତ୍ର, ସମସ୍ତ ପ୍ରକାର ସମାବେଶ ଉପରେ ତୀବ୍ର ଦୃଷ୍ଟି ରଖାଯିବ।

ଅନ୍ୟପଟେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ୟୁପି ସରକାର ଲକ୍ଷ୍ନୌ, ଗାଜିଆବାଦ ସମେତ ୭ଟି ଜିଲ୍ଲାରେ ସାର୍ବଜନୀନ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି।ଜାନୁଆରୀରେ ତୃତୀୟ ଲହର ଆସିବା ପରଠାରୁ କ୍ରମାଗତ ୧୧ ସପ୍ତାହ ହେଲା ଦୈନିକ ମାମଲା ହ୍ରାସ ପାଇ ଚାଲିଥିଲା। କିନ୍ତୁ ଗତ ୭ ଦିନରେ (ଏପ୍ରିଲ ୧୧ରୁ ୧୭) କରୋନା ମାମଲା ୩୫ ପ୍ରତିଶତ ବୃଦ୍ଧି ପାଇଛି। କେବଳ ଦିଲ୍ଲୀ, ହରିୟାଣା ଏବଂ ୟୁପିରେ ଦୈନିକ ମାମଲା ବୃଦ୍ଧି ପାଇଛି। ରବିବାର ଶେଷ ହୋଇଥିବା ସପ୍ତାହରେ ଦେଶରୁ ପ୍ରାୟ ୬୬୧୦ ରୋଗୀ ଚିହ୍ନଟ ହୋଇଥିଲେ।

ଏହାର ପୂର୍ବର ସପ୍ତାହରେ ୪୯୦୦ ଜଣ ସଂକ୍ରମିତ ହୋଇଥିଲେ। ମାତ୍ର କରୋନା ଜନିତ ମୃତ୍ୟୁ କମ୍‌ ହେବାରେ ଲାଗିଛି। ଗତ ସପ୍ତାହରେ ମାତ୍ର ୨୭ ଲୋକଙ୍କ ଜୀବନ ଯାଇଛି। ଏହା ୨୦୨୦ ମାର୍ଚ୍ଚ ୨୩ରୁ ୨୯ ପରେ ସବୁଠାରୁ କମ୍‌।ଗତ ୭ ଦିନ ମଧ୍ୟରେ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶରେ କରୋନା ମାମଲା ଦ୍ରୁତ ବୃଦ୍ଧି ପାଇଛି। ଗତ ସପ୍ତାହରେ ଦିଲ୍ଲୀରୁ ସର୍ବାଧିକ ୨୩୦୭ ମାମଲା ଚିହ୍ନଟ ହୋଇଥିଲା। ଏହାର ପୂର୍ବ ସପ୍ତାହରେ ୯୪୩ ରୋଗୀ ଚିହ୍ନଟ ହୋଇଥିଲେ। ଅର୍ଥାଥ ଏକ ସପ୍ତାହରେ ଦିଲ୍ଲୀରେ କରୋନା ମାମଲା ୧୪୫ ପ୍ରତିଶତ ବଢିଛି। ସେହିପରି ହରିୟାଣାରେ କରୋନା ମାମଲା ୧୧୮ ପ୍ରତିଶତ, ଉତ୍ତରପ୍ରଦେଶରେ ୧୪୧ ପ୍ରତିଶତ ବୃଦ୍ଧିପାଇଛି।

Leave A Reply

Your email address will not be published.