ଦିଲ୍ଲୀରେ ପୁଣି ଆଉ ସପ୍ତାହେ ବଢିଲା ଲକଡାଉନ ଅବଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ଚେନରେ ବ୍ରେକ ଲଗାଇବା ପାଇଁ ବିଭିନ୍ନ ରାଜ୍ୟ ଲକଡାଉନ ପନ୍ଥା ଆପଣାଇଛନ୍ତି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ଦିନ ପୂର୍ବରୁ ଲାଗୁ ହୋଇଥିବା ଲକଡାଉନକୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ମେ ୨୩ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ। ଏହି ସମୟରେ ସମସ୍ତ କଟକଣାକୁ କଠୋର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ ଏହି ଅବଧି ମଧ୍ୟରେ ପୂର୍ବ ପରି ମେଟ୍ରୋ ସେବା ବନ୍ଦ ରହିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।