ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀରୁ ଆସିଲା ଅଭାବନୀୟ ଘଟଣା: ମାଇକ୍ରୋ ଓଭାନରୁ ମିଳିଲା ଶିଶୁକନ୍ଯାର ମୃତଦେହ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଆସିଲା ଅଭାବନୀୟ ଘଟଣା । ଦକ୍ଷିଣ ଦିଲ୍ଲୀର ଚିରାଗ  ଅଞ୍ଚଳରେ ଏକ ମାଇକ୍ରୋ ଓଭାନ୍‌ ଭିତରୁ ଦୁଇ ମାସ ଶିଶୁର ମୃତଦେହ ମିଳିଥିବା ଜଣାପଡ଼ିିଛି। ଏନେଇ ଦକ୍ଷିଣ ଦିଲ୍ଲୀ ଡିସିପି ବେନିତା ମେରୀ ସୂଚନା ଦେଇଛନ୍ତି।

ଜଣେ ପଡ଼ୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ, ଘଟଣା ସମୟରେ ଶିଶୁର ପିତା ଘରେ ନ ଥିଲେ।  ଶିଶୁଟିର ମାଆ ଘର ଭିତରେ ତାଲା ପକାଇ ଥିବାରୁ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଆମେ ଗ୍ଲାସ ଭାଙ୍ଗି କୋଠରୀ ଭିତରକୁ ପ୍ରବେଶ କରିଥିଲୁ। ଆମେ ଦେଖିଲୁ ମହିଳା ଜଣକ ଭିତରେ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି ଏବଂ ପିଲାଟି ନିଖୋଜ ଅଛି। ଆମେ ସମଗ୍ର ଅଞ୍ଚଳରେ ଯାଞ୍ଚ କରିଥିଲୁ, କିନ୍ତୁ ଶିଶୁଟିକୁ ପାଇଲୁ ନାହିଁ । ପରେ, ଦୁଇ-ତିନି ଜଣ ଲୋକ ଆସି ଏକ କୋଠରୀ ଯାଞ୍ଚ କଲେ ଯେଉଁଠାରେ ମାଇକ୍ରୋ ଓଭାନ୍‌ ରଖାଯାଇଥିଲା ସେମାନେ ପିଲାଟିକୁ ପାଇଥିଲେ ବୋଲି ପଡୋଶୀ କହିଛନ୍ତି।

ପୁଲିସ କହିବା ଅନୁଯାୟୀ, ସବୁ ଦିଗରୁ ଯାଞ୍ଚ କରାଯାଉଛି।  ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଆମେ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିଛୁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଶିଶୁର ମାଆ ଏହି ଘଟଣାର ମୁଖ୍ୟ ବୋଲି ସନ୍ଦେହ କରାଯାଉଛି। କନ୍ୟା ସନ୍ତାନ ଜନ୍ମ ହେବା ଦିନଠାରୁ ସେ ଦୁଃଖିତ ଥିଲେ।  ତାଙ୍କୁ ପୁଲିସ ଷ୍ଟେସନରେ ପଚରାଉଚରା କରାଯାଉଛି ଓ ଅଧିକ ତଦନ୍ତ ଚାଲିଛି ବୋଲି ଅଧିକାରୀ କହିଛନ୍ତି।

 

 

Leave A Reply

Your email address will not be published.