ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ସହର ନୂଆଦିଲ୍ଲୀ, ୫୦ ଟି ପ୍ରଦୁଷିତ ସହର ମଧ୍ୟରୁ ଭାରତର ୩୫ ଟି ସହର

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀରେ କେତେ ପ୍ରଦୂଷଣ ଅଛି ସେନେଇ WHO ଏକ ରିପୋର୍ଟ ପ୍ରକାଶ କରିଛି। ମିଳିତ ଜାତିସଂଘର ପରିବେଶ ସୁରକ୍ଷା ଏଜେନ୍ସି ମଙ୍ଗଳବାର ଦିନ ବିଶ୍ବର ସହରଗୁଡିକର ବାୟୁ ଗୁଣବତ୍ତା ମାନ୍ୟତା ପ୍ରଦାନ କରିଛି। ଏହି ରିପୋର୍ଟରେ ଦିଲ୍ଲୀକୁ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ବୋଲି ବର୍ଣ୍ଣନା କରାଯାଇଛି। ଏହି ରିପୋର୍ଟ ମୁତାବକ ବିଶ୍ୱର ସବୁଠାରୁ ଅଧିକ ପ୍ରଦୁଷିତ ସହର ଭାବେ ଦିଲ୍ଲୀକୁ ଚିହ୍ନଟ କରାଯାଇଛି । କେବଳ ସେତିକି ନୁହେଁ ଖରାବ ଗୁଣବତ୍ତା ଥିବା ବିଶ୍ୱର ମୋଟ ୫୦ ଟି ସହର ମଧ୍ୟରେ ୩୫ ଟି ସହର ଭାରତରେ ରହିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

ମଙ୍ଗଳବାର ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟରେ, ଭାରତର କୌଣସି ସହର WHO ମାନଦଣ୍ଡକୁ ପୂରଣ କରିନାହାଁନ୍ତି । ଭାରତର ରାଜଧାନୀ ଦିଲ୍ଲୀ (85.5) କୁ ଏୟାର କ୍ୱାଲିଟି ରାଙ୍କିଙ୍ଗରେ ସର୍ବାଧିକ ପ୍ରଦୂଷିତ ସହର ଭାବରେ ସ୍ଥାନିତ କରାଯାଇଛି । ଏହା ପରେ ବାଂଲାଦେଶର ରାଜଧାନୀ ଢାକା (78.1) ଏବଂ ଆଫ୍ରିକୀୟ ମହାଦେଶର ଚାଡର ରାଜଧାନୀ ଆନ୍ ଜାମେନା (77.6) ତୃତୀୟ ସ୍ଥାନରେ ରହିଛି। ତଜାକିସ୍ତାନର ରାଜଧାନୀ ଦୁଶାଂୱେ ଚତୁର୍ଥ ଏବଂ ଓମାର ରାଜଧାନୀ ମକ୍ସଟ ପଞ୍ଚମ ସ୍ଥାନରେ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାୟୁ ଗୁଣବତ୍ତା ସୂଚକାଙ୍କର ମାନଦଣ୍ଡ ପୂରଣ କରିବାରେ ଏହି ସବୁ ଦେଶର ସହର ବିଫଳ ହୋଇଛନ୍ତି। ୨୦୨୧ ଗ୍ଲୋବାଲ୍ ଏୟାର କ୍ୱାଲିଟି ରିପୋର୍ଟରେ ୧୧୭ ଟି ଦେଶର ୬୪୭୫ ଟି ସହରର ତଥ୍ୟ ଅନ୍ତର୍ଭୁକ୍ତ ହୋଇଛି।

WHO ଅନୁସାରେ କୌଣସି ବି ସହରରେ PM୨.୫ ର ସ୍ତର ୫ ମାଇକ୍ରୋଗ୍ରାମ ଉପରେ କ୍ୟୁବିକ ମିଟରରୁ ଅଧିକ ନହେବା ଦରକାର । ଏହି ଡାଟା ଅନୁସାରେ ବାଂଲାଦେଶ ଦୁନିଆର ସବୁଠାରୁ ଅଧିକ ପ୍ରଦୂଷିତ ଦେଶ । ଚୀନ ଏହି ରାଙ୍କରେ ୨୨ନମ୍ବରରେ ରହିଛି । ଗୋଟିଏ ବର୍ଷ ପୂର୍ବେ ଚୀନ ୧୪ ନମ୍ବରରେ ଥିଲା । ଏହି ରିପୋର୍ଟରେ କୁହାଯାଇଛି ଯେ  ୨୦୨୧ ଅନୁସାରେ ଗତ ବର୍ଷ ଦିଲ୍ଲୀର ପିଏମ ୨.୫ରେ ୧୪.୬ ପ୍ରତିଶତ ବୃଦ୍ଧି ହୋଇଛି। ଏପରିକି ଭାରତର କୌଣସି ସହର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ପୂରଣ କରୁନାହାନ୍ତି।

ଏହି ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀ ଅପେକ୍ଷା ପାକିସ୍ତାନର ରାଜଧାନୀ ଅଧିକ ପରିଷ୍କାର ଅଟେ। ପ୍ରଦୂଷଣ ଦୃଷ୍ଟିରୁ ପାକିସ୍ତାନର ରାଜଧାନୀ ଇସଲାମାବାଦ ୧୧ ନମ୍ବର ସ୍ଥାନରେ ରହିଛି।ଏହି ରିପୋର୍ଟ ପ୍ରକାଶିତ ହେବା ପରେ ଗ୍ରୀନପିସ୍ ଇଣ୍ଡିଆର କ୍ୟାମ୍ପେନ ମ୍ୟାନେଜର ଅବିନାଶ ଚଞ୍ଚଲ କହିଛନ୍ତି କି, ଏହି ରିପୋର୍ଟ ଏବେ ସରକାର ଓ ନଗର ନିଗମ ପାଇଁ ଏକ ଚେତାବନୀ ଓ ଏହା ପୁଣିଥରେ ସୂଚାଇଛି କି ଭାରତରେ ଲୋକମାନେ କେତେ ଦୁଷିତ ବାୟୁ ନିଶ୍ୱାସ ମାଧ୍ୟମରେ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.