ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ ସଫ୍‌ଦର୍‌ଜଙ୍ଗ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ରୋଗୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ସଫ୍‌ଦର୍‌ଜଙ୍ଗ ହସ୍ପିଟାଲର ‘ଆଇସିୟୁରେ’ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଛ। ଏହି ଆଗ୍ନିକାଣ୍ଡ ଯୋଗୁଁ  ପ୍ରାୟ ୫୦ଜଣ ରୋଗୀଙ୍କୁ ଅନ୍ୟ ଓ୍ଵାର୍ଡମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପ୍ରଥମ ମହଲାରେ ଥିବା ଆଇସିୟୁ ୱାର୍ଡରେ ସକାଳ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ​ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଯାଇଥିଲା। ଖବର ପାଇବା ମାତ୍ରେ ୯ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ।

ଡାକ୍ତରଖାନାର ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ସମୟରେ ଆଇସିୟୁ ୱାର୍ଡରେ ପ୍ରାୟ ୫୦ ଜଣ ରୋଗୀ ଥିଲେ ଏବଂ ସେମାନଙ୍କୁ ଡାକ୍ତରଖାନା କର୍ମଚାରୀଙ୍କ ସହାୟତାରେ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା।

ରୋଗୀଙ୍କୁ ଉଦ୍ଧାର କରିଥିବା ଦୁଇ ନର୍ସିଂ ଅଧିକାରୀ ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ରୋଗୀମାନଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରୁଥିବା ବେଳେ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ରୋଗୀଙ୍କୁ ସ୍ଥାନାନ୍ତର କରିବା ପରେ ଉଭୟ ନର୍ସିଂ ଅଧିକାରୀ ସଫ୍‌ଦର୍‌ଗଞ୍ଜର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଉଭୟ ନର୍ସିଂ ଅଧିକାରୀ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.