ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିବିଆଇ ଯାଞ୍ଚ ଓ ଗିରଫଦାରୀ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ‌ହେଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ସିବିଆଇର ଗିରଫଦାରୀ ଓ ଯାଞ୍ଚକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କରିଥିବା ତଦନ୍ତକୁ ଚ୍ୟାଲେଞ୍ଜ କରି ର୍ବୋଚ୍ଚ ଅଦାଲତରେ ପହଞ୍ଚିଛନ୍ତି ସିସୋଦିଆ । ଏନେଇ ସିସୋଦିଆଙ୍କ ଅପିଲ ଉପରେ ଯଥାଶୀଘ୍ର ଶୁଣାଣି କରିବାକୁ ଦାବୀ କରାଯାଇଥିବା ଜଣାପଡିଛି ।

ସିସୋଦିଆଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଆଗରେ ଏହି ମାମଲା ଦାଖଲ କରିଛନ୍ତି ଏବଂ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସିସୋଦିଆଙ୍କ ଆବେଦନର ଆଜି ହିଁ ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

୨୦୨୧ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ଗତ ରବିବାର ଦିନ ସିବିଆଇ ଗିରଫ କରିଥିଲା । ତାଙ୍କୁ ଗତକାଲି ଦିଲ୍ଲୀର ଏକ କୋର୍ଟ ପାଞ୍ଚ ଦିନ ସିବିଆଇ ହାଜତକୁ ପଠାଇଥିଲେ । ରିମାଣ୍ଡର ପ୍ରଥମ ଦିନରେ ଆଜି ସିସୋଦିଆଙ୍କୁ ପଚରାଉଚୁରା ଆରମ୍ଭ କରିଛି ସିବିଆଇ । ସିବିଆଇ ଏଥିପାଇଁ ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି । କୁହାଯାଉଛି ଯେ, ସିବିଆଇ ନୂଆ କରି ପୁଣିଥରେ ସିସୋଦିଆଙ୍କୁ ପଚରାଉଚୁରା କରିବ । ପୂର୍ବରୁ ଜେରା ସମୟରେ ଯେଉଁ ପ୍ରଶ୍ନର ଉତ୍ତର ସିସୋଦିଆ ଦେଇନଥିଲେ ସେସବୁ ପ୍ରଶ୍ନ ପ୍ରଶ୍ନ ପୁଣିଥରେ କରାଯିବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.