ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ସିବିଆଇ ମୁଖ୍ୟାଳୟରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବେ ଆପ୍ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗତକାଲି ସମନ ଜାରି କରିଥିଲା ସିବିଆଇ । ଆଜି ସିବିଆଇରେ ହାଜର ହେବା ଲାଗି ଦିଆଯାଇଥିଲା ନିର୍ଦ୍ଦେଶ । ମଦ ଦୁର୍ନୀତି ମାମଲାରେ ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପୂର୍ଣ୍ଣ କ୍ଷମତା ପ୍ରୟୋଗ କରିବାରେ ଲାଗିଛନ୍ତି । ପୂର୍ବରୁ ତାଙ୍କ ଘରେ ରେଡ ହୋଇଥିଲା, ବ୍ୟାଙ୍କ ଲକର ସର୍ଚ୍ଚ କରାଯାଇଥିଲା । ମାତ୍ର କିଛି ପାଇ ନଥିଲା ବୋଲି କହିଛନ୍ତି ମନୀଷ ।

ଦିଲ୍ଲୀ ପିଲାଙ୍କ ଭଲ ପଢିବା ଲାଗି ସେ ସମସ୍ତ ବ୍ୟବସ୍ଥା କରୁଛନ୍ତି । ମାତ୍ର ଏହା ନ କରିବା ଲାଗି ସିବିଆଇ ଓ ଇଡି ଚାହୁଁଛନ୍ତି । ସବୁ ପ୍ରକାର ତଦନ୍ତ ଲାଗି ସେ ପ୍ରସ୍ତୁତ ବୋଲି କହିଛନ୍ତି ସିସୋଦିଆ । ଗତବର୍ଷ ଅଗଷ୍ଟରେ ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆ ଓ ଅନ୍ୟ ୧୪ ଜଣଙ୍କ ବିରୋଧରେ ଆଇପିସିର ଧାରା ୪୭୭, ୧୨୦ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁସାରେ ମାମଲା ରୁଜୁ କରିଥିଲା । ମାମଲାର ସିବିଆଇ ତଦନ୍ତ ଲାଗି ଲେଫଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା ସୁପାରିସ କରିଥିଲେ ।

Leave A Reply

Your email address will not be published.