ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏକାଧିକ ପରିବର୍ତ୍ତନ ସହ ମୁହାଁମୁହିଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ ରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ : ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ୫୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଦଳ ପାଇଁ ପ୍ଲେ ଅଫ୍‌ର ସୁଯୋଗ ରହିଥିବାରୁ ଆଜିର ମ୍ୟାଚ ବିଶେଷ ଗୁରୁତ୍ବ ବହନ କରୁଛି । ଅନ୍ୟପଟେ ହାଇଦ୍ରାବାଦ ବିପକ୍ଷରେ ୮ ବର୍ଷ ପରେ ପ୍ରଥମ ଥର ମ୍ୟାଚ୍‌ ଖେଳୁଛନ୍ତି ଡେଭିଡ ୱାର୍ଣ୍ଣର ।


ଉଭୟ ଦଳ ପାଇଁ ବର୍ତ୍ତମାନ ବିଜୟ ଜରୁରୀ ହୋଇ ପଡ଼ିଥିବାରୁ ଏହି ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ନିଶ୍ଚିତ । ସନରାଇଜର୍ସ ହାଇଦ୍ରାବାଦରେ ତିନୋଟି ପରିବର୍ତ୍ତନ ଘଟିଛି। ସେହିପରି ଚାରୋଟି ପରିବର୍ତ୍ତନ ସହ ଦିଲ୍ଲୀ କ୍ୟାପିଟାଲ୍ସ ମଇଦାନକୁ ଓହ୍ଲାଇଛି। ହାଇଦ୍ରାବାଦ ପାଇଁ ଆଜିର ମ୍ୟାଚ୍‌ରେ ଦଳ ପାଇଁ ସେନ ଆବଟ୍ଟ, ଶ୍ରେୟସ ଗୋପାଲ ଓ କାର୍ତ୍ତିକ ତ୍ୟାଗୀ ଡେବ୍ୟୁ କରୁଛନ୍ତି। ମାର୍କୋ ଜାନେସନ, ୱାଶିଂଟନ ସୁନ୍ଦର ଓ ଟି ନଟରାଜନ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ସେହିପରି ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛି। ପୃଥ୍ୱୀ ଶ’, ଅକ୍ଷର ପଟେଲ, ଚେତନ ସକାରିୟା ଓ ମୁସ୍ତାଫିଜୁର ରହମାନ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ଏମାନଙ୍କ ବଦଳରେ ମନଦୀପ ସିଂହ, ଖଲୀଲ ଅହମଦ, ରିପାଲ ପଟେଲ ଓ ଅନରିଚ ନୋର୍ଖିୟା ସ୍ଥାନ ପାଇଛନ୍ତି।


ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଇତି ମଧ୍ୟରେ ୯ଟି ମ୍ୟାଚ୍‌ ଖେଳି ୪ ବିଜୟ ସହ ୯ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ସପ୍ତମ ସ୍ଥାନରେ ରହିଛି । ଦଳର ରନ୍‌ ରେଟ୍‌ ସର୍ବାଧିକ ୦.୫୮୭ ରହିଛି । ଆଜିର ମ୍ୟାଚ୍‌ ଜିତିଲେ ଦଳ ସିଧା ସଳଖ ଚତୁର୍ଥ ସ୍ଥାନ ଅକ୍ତିଆର କରି ପାରିବ। ସେହିପରି ସନରାଇଜର୍ସ ମଧ୍ୟ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ ୧୦ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ସନରାଇଜର୍ସ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛି । ମ୍ୟାଚ୍‌ ବିଜୟୀ ହେଲେ ଦଳ ଚତୁର୍ଥକୁ ଉନ୍ନୀତ ହେବ । ଚଳିତ ସିଜନରେ ଉଭୟ ଦଳ ପରସ୍ପରକୁ ପ୍ରଥମ କରି ଭେଟିଛନ୍ତି।

Leave A Reply

Your email address will not be published.