ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପିର ପୂର୍ବତନ ଉପାଅଧ୍ୟକ୍ଷ ଜିଏସ ବାୱା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୁଭାଷ ନଗରରେ ଥିବା ପାର୍କର ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। ବେକରେ ରଶି ବନ୍ଧାଯାଇ ଏକ ଗ୍ରୀଲରେ ଝୁଲନ୍ତା ଅବସ୍ଥାରେ ପୁଲିସ ମୃତଦେକୁ ଜବତ କରିଛି। ୫୮ ବର୍ଷୀୟ ଏହି ଭାଜପା ନେତା ଦିଲ୍ଲୀର ଫତେହ ନଗରରେ ରହୁଥିଲେ। ସେ ପଶ୍ଚିମ ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଥିଲେ। ପାରିବାରିକ ସମସ୍ୟା ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି।

ଗତକାଲି ସନ୍ଧ୍ୟାରେ ଲୋକେ ପାର୍କରେ ଭ୍ରମଣ କରୁଥିବାବେଳେ ଲୋକେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ଲୋକେ ପୁଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ । ପୁଲିସ ଯାଞ୍ଚ କରିବା ସମୟରେ ଏହା ଜି.ଏସ ବାୱାଙ୍କ ମୃତଦେହ ବୋଲି ଜାଣିବାକୁ ପାଇଥିଲା । ବର୍ତ୍ତମାନ ମୃତଦେହ ଜବତ କରି ଘଟଣାର ଅଧିକ ଯାଞ୍ଚ କରୁଛି ପୁଲିସ। ତେବେ ମୃତଦେହ ନିକଟରୁ ସୁଇସାଇଡାଲ୍ ନୋଟ୍ ମିଳିନାହିଁ ।

Leave A Reply

Your email address will not be published.