ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କରୋନା, ଟ୍ବିଟ୍‌ କରି ଦେଲେ ସୂଚନା

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କରୋନା। ରାଜନାଥ କରୋନା ସଂକ୍ରମିତ ହୋଇଥିବା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ ସେ ଆଜି ସାମନ୍ୟ ଲକ୍ଷଣ ଦେଖା ଦେବାରୁ ସେ ଟେଷ୍ଟ କରିଥିଲେ । ଯେଉଁଥିରେ ତାଙ୍କର କୋଭିଡ-୧୯ ପଜିଟିଭ୍ ଥିବା ଜଣାପଡିଛି।  ପଜିଟିଭ ହେବା ପରେ ସେ ନିଜକୁ ହୋମ୍‌ କ୍ୱାରେଣ୍ଟାଇନ୍‌ କରିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ତାଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସେ ଟ୍ୱିଟ୍‌ କରି ଅନୁରୋଧ କରିଛନ୍ତି।


ଅନ୍ୟପଟେ ଦେଶରେ ପ୍ରତିଦିନ ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ। ଦିନକରେ ୧ଲକ୍ଷ ୭୯ ହଜାର ୭୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ତୁଳନାରେ ୧୨.୫ ପ୍ରତିଶତ ବଢିଲା ସଂକ୍ରମଣ । ୨୪ଘଣ୍ଟାରେ ୧୪୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ୍ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ହଜାର ୯୩୬ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୨୩ହଜାର ୬୧୯ । ସୁସ୍ଥ ହେଲେଣି ୩କୋଟି ୪୫ ଲକ୍ଷରୁ ଅଧିକ ହେବ । ଟିକା ନେଲେଣି ୧୫୧ କୋଟି ୯୪ ଲକ୍ଷରୁ ଅଧିକ । ସେହିପରି ଦେଶରେ ୪୦୩୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ୨୪ଘଣ୍ଟାରେ ୪୧୦ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.