ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଭାସଙ୍କ ପାଇଁ ଦାମ୍ କମାଇଲେ ଦୀପିକା

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ବହୁତ ଜଲ୍‌ଦି ଦକ୍ଷିଣର ସୁରପଷ୍ଟାର୍ ପ୍ରଭାସଙ୍କ ସହ ନଜର ଆସିବେ । ନାଗ ଅଶ୍ବିନ୍‌ଙ୍କ ଏକ ଫିଲ୍ମରେ ଦୀପିକା ପ୍ରଭାସଙ୍କ ନାୟିକା ହେବେ । ଏଥିରେ ବିଗ୍ ବି ଅମିତାଭ ମଧ୍ୟ ନଜର ଆସିବେ । ଫିଲ୍ମଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ଏବେ ପ୍ରି ପ୍ରଡକ୍ସନ ଷ୍ଟେଲ୍‌ରେ ରହିଛି। ଫିଲ୍ମର ସୁଟିଂ ଏଯାବତ୍ ହୋଇନାହିଁ । ପ୍ରଭାସ ଓ ଦୀପିକାଙ୍କୁ ଏକତ୍ର ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକେ ମଧ୍ୟ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ପାଇଁ ଦୀପିକା ବେଶ୍ ମୋଟା ଅଙ୍କର ଅର୍ଥ ନେବେ ବୋଲି ଚର୍ଚ୍ଚା ହେଉଥିଲା।

କିନ୍ତୁ ଏବେ ସେ ଏହି ଫିଲ୍ମ ପାଇଁ ତାଙ୍କ ଫିସ୍ କମାଇଥିବା ଜଣାପଡିଛି। ଏହି ଫିଲ୍ମ ପାଇଁ ଦୀପିକା ୮ କୋଟି ଟଙ୍କା ନେଇଛନ୍ତି । ଏହାପୂର୍ବରୁ ସେ ‘ପଦ୍ମାବତ୍’ ପାଇଁ ୧୨ରୁ ୧୩ କୋଟି ଟଙ୍କା ନେଇଥିଲେ | ପ୍ରଭାସଙ୍କ ଫିଲ୍ମି ଗ୍ରାଫ୍କୁ ଦେଖିଲେ ଦୀପିକା ବହୁତ କମ୍ ଫିସ୍ ନେଉଛନ୍ତି ବୋଲି ଜଣାପଡୁଛି। ତେବେ ପ୍ରଭାସଙ୍କ ସହ ଫିଲ୍ମ କଲେ ଏହା ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହେବ ଓ ତାଙ୍କ କ୍ୟାରିୟର ପାଇଁ ଏହା ଏକ ଭଲ ସୁଯୋଗ ହେବ ବୋଲି ଦୀପିକା ଏପରି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.