ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚେନ୍ନାଇ ସୁପର୍ କିଙ୍ଗସକୁ ଝଟକା: ଚଳିତ ଆଇପିଏଲ ସିଜିନରୁ ବିଦାୟ ନେବେ ଚେନ୍ନାଇର ଷ୍ଟାର ବୋଲର ଦୀପକ ଚହର୍

ଭୁବନେଶ୍ୱର: ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍‌ର ଲଗାତାର ପରାଜୟ ପରେ ଏବେ ଏହି ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଆଇପିଏଲ୍‌ରୁ  ଏହି ସିଜିନରୁ ବିଦାୟ ନେବେ ଚେନ୍ନାଇ ସୁପର୍ କିଙ୍ଗସ୍ ର ଷ୍ଟାର୍ ବୋଲର୍ ଦୀପକ ଚହର୍ । ଚଳିତବର୍ଷ ଫେବ୍ରୁଆରୀ ମାସରେ ୱେଷ୍ଟ ଇଣ୍ଡିଜ୍ ବିରୋଧରେ ଚହରଙ୍କ କ୍ୱାଡ୍ରିସେପ୍ସ ହାମ୍‌ଷ୍ଟ୍ରିଙ୍ଗ୍ ହୋଇଥିଲା । ଏଥିରୁ ସେ ଆରୋଗ୍ୟ ଲାଭ କରି ଚେନ୍ନାଇ ଦଳରେ ଯୋଗ ଦେବାକୁ ଆଶା ପୋଷଣ କରିଥିଲେ । ହେଲେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରିହାବିଲେସନ୍ ସମୟରେ ଚହରଙ୍କ ଅଣ୍ଟାରେ ନୂଆ ଆଘାତ ସୃଷ୍ଟି ହୋଇଛି । ଫଳରେ ଆଇପିଏଲର ଚଳିତବର୍ଷ ସିଜିନରେ ସେ ବାଦ୍ ପଡିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଛି । ଯହାକୁ ନେଇ ଚେନ୍ନାଇ ଦଳରେ ନିରାଶା ଖେଳିଯାଇଛି ।

ଚହରଙ୍କୁ ବାଦ୍ ଦେଲେ ଚେନ୍ନାଇ ଦଳର ବୋଲିଂ ଲାଇନ୍ ଏଥର ଖୁବ ଦୁର୍ବଳ ଅନୁଭୂତ ହୋଇଛି । ଏପରି ସ୍ଥିତିରେ ରବୀନ୍ଦ୍ର ଜାଡେଜାଙ୍କ ୟେଲୋ ଆର୍ମି କେତେଦୂର ସଫଳ ହେବ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆଜି ସନ୍ଧ୍ଯାକେ ରବୀନ୍ଦ୍ରଙ୍କ ଚେନ୍ନାଇ ଦଳ ଫାଫ୍ ଡୁପ୍ଲେସିଙ୍କ ଆର୍‌ସିବିକୁ ମୁମ୍ବାଇରେ ଭେଟିବ ।

Leave A Reply

Your email address will not be published.