ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶାହା ଓ ଆଦିତ୍ୟନାଥଙ୍କୁ ହତ୍ୟା ଧମକ !

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ଦୁଇ ନେତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବାକୁ ଚେତାବନୀ ଦିଆଯାଇଛି। ଏ ନେଇ କିଛି ଦିନ ତଳେ ମୁମ୍ବଇ ସ୍ଥିତି ସିଆରପିଏଫ ମୁଖ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା। ଏହି ଇ-ମେଲ୍‌ ଆସିବା ପରେ ସମ୍ବନ୍ଧିତ ଏଜେନ୍ସି ଗୁଡିକୁ ସିଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି। ସିଆରପିଏଫ ସୂତ୍ରରୁ ମଙ୍ଗଳବାର ଏହି ସୂଚନା ମିଳିଛି।

ସୂଚନା ଅନୁଯାୟୀ ଯେ ଆଗାମୀ ଦିନରେ କୌଣସି ଧାର୍ମିକ ସ୍ଥଳରେ କିମ୍ବା ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ଉଭୟ ନେତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବାକୁ ଧମକ ଦିଆଯାଇଥିଲା। ଏହା ପୂର୍ବରୁ ମଧ୍ୟ ୨ ନେତାଙ୍କୁ ଅନେକ ଥର ହତ୍ୟା ଧମକ ମିଳିଛି। ସିଆରପିଏଫ ଡିଜିପି କୁଲଦୀପ ସିଂହ କହିଛନ୍ତି ଯେ ଏହି ଇ-ମେଲକୁ ମହାରାଷ୍ଟ୍ର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସିକୁ ପଠାଇ ଦିଆଯାଇଛି। ସେମାନେ ଏହା ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଆମେ ସେମାନଙ୍କ ନିର୍ଦ୍ଦେଶରେ କାମ ଜାରି ରଖିବୁ।

Leave A Reply

Your email address will not be published.