ଜୟପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀର ମୃତ୍ୟୁ

ଜୟପୁର: ଜୟପୁର ଉପକାରାଗାରରେ ବିଚରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସିଆଡିମାଳ ଗାଁର କମଳୁ ଲୋଚନ ଦଣ୍ଡସେନା । ସେ ୪ ବର୍ଷ ହେଲା ଧର୍ଷଣ ଓ ହତ୍ୟା ପରି ସଙ୍ଗିନ ମାମଲାରେ ବିଚାରାଧୀନ କଏଦୀ ଭାବେ ଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ି ନାହିଁ । ତେବେ ପ୍ରାଥମିକ ସୂଚନା ଅନୁଯାଯୀ, ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲ ନେଇଥିଲେ ଜେଲ୍ କର୍ତ୍ତୃପକ୍ଷ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଉକ୍ତ କଏଦୀକୁ ମୃତ ଘୋଷଣା କରିଛନ୍ତି।