ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁର୍ମୁଷୁ ଅବସ୍ଥାରେ ଜନବସତିକୁ ପଶି ଆସିଥିବା ହରିଣ ଛୁଆର ମୃତ୍ଯୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଗଡ଼ସାମନ୍ତରାପୁର ଗ୍ରାମ ଯାଦବ କୁଳ କୋଠଘର ପଛପଟ ପଡ଼ିଆକୁ ଗୁରୁବାର ରାତି ପ୍ରାୟ ସାଢେ ୭ଟାରେ ଏକ ହରିଣ ଛୁଆର ମୃତଦେହ ବନ ବିଭାଗ କର୍ମଚାରୀ ଜବତ କରିଛନ୍ତି। ହରିଣ ଛୁଆଟି ସନ୍ଧ୍ୟା ପ୍ରାୟ ୬ଟାରେ ନିକଟ ଜଙ୍ଗଲରୁ ଜନବସତିକୁ ପଶି ଆସିଥିଲା। ବୁଲା କୁକୁର ଦଳ ହରିଣକୁ ଗୋଡାଇବାରୁ ପ୍ରାଣ ବିକଳରେ ଗାଁ ଭିତରେ ଏଣେ ତେଣେ ଦୌଡିଥିଲା। ପରେ ଯାଦବ କୁଳ କୋଠଘର ବାରିପଟେ ଥିବା ପଡ଼ିଆରେ ପଡ଼ି ଛଟପଟ ହୋଇଥିଲା।

ସାମାଜିକ କର୍ମୀ ଲଳିତ ମୋହନ ମହାପାତ୍ର, ରାମହରି ଗୌଡ, ବିନୋଦ ଗୌଡ, ଶ୍ୟାମଘନ ଗୌଡ ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ବନାଞ୍ଚଳ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ସୂଚନା ଦେବାସହ ମୁର୍ମୁଷୁ ଅବସ୍ଥାରେ ଛଟପଟ ହେଉଥିବା ହରିଣକୁ ପାଣି ଦେଇ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କିଛିକ୍ଷଣ ମଧ୍ୟରେ ହରିଣଟି ମୃତ୍ୟୁବରଣ କରିଥିଲା। ଦି

ଗପହଣ୍ଡି ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ବନପାଳ ମୂରଲୀଧର ନାୟକ, ପାରା ବନ କର୍ମଚାରୀ କୃଷ୍ଣଚନ୍ଦ୍ର ଜେନା, ସୁଶୀଳ କୁମାର ପଣ୍ଡା, ସନ୍ତୋଷ ଗୌଡ ଘଟଣାସ୍ଥଳରେ ପହଞ୍ଚି ହରିଣର ମୃତଦେହ ଜବତ କରି ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ। ଶୁକ୍ରବାର ସକାଳେ ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବ ବୋଲି ରେଞ୍ଜର ଜଣାଇଛନ୍ତି।

ଅପରପକ୍ଷରେ ଗଞ୍ଜାମ-ଗଜପତି ସୀମାନ୍ତ ପୁରୁଣା ପାଣି, ତରଭଙ୍ଗ, ମହୁଲପଡ଼ା, ଗଡ଼ସାମନ୍ତରାପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଜାଣତରେ ଅବାଧ ପ୍ରାଣୀ ଶିକାର ବଢ଼଼ି ଚାଲିଛି। ଗତ କିଛି ବର୍ଷ ବ୍ୟବଧାନରେ ଜଙ୍ଗଲରୁ ବହୁ ସଂଖ୍ୟକ ବିରଳ ପ୍ରଜାତିର ଅନେକ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଛି। ବନ ବିଭାଗ ଜବତ କରିଥିବା ହରିଣର ମୃତଦେହରେ କୌଣସି ପ୍ରକାର କ୍ଷତ ଚିହ୍ନ ନଥିବାରୁ ଶିକାରୀମାନେ ଅଭିନବ ଢଙ୍ଗରେ ବିଷ ପ୍ରୟୋଗ କରି ବନ୍ୟଜନ୍ତୁମାନଙ୍କୁ ଶିକାର କରୁଥିବା ସ୍ଥାନୀୟ ବହୁ ସଂଖ୍ୟକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ରେଞ୍ଜରଙ୍କ ସହ ଯୋଗାଯୋଗା କରିବାରେ ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଏଥିସହ ଗାଁ ଲୋକଙ୍କ ଅଭିଯୋଗ ନିରାଧାର ଓ ଅସତ୍ୟ ବୋଲି କହିଛନ୍ତି। ସେହିପରି ବ୍ୟବଚ୍ଛେଦ ପରେ ହିଁ ହରିଣର ବୟସ ଓ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଦିଗପହଣ୍ଡି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ଆଶିଷ କୁମାର ଦୋରା କହିଛନ୍ତି।

Leave A Reply

Your email address will not be published.