ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବରଯାତ୍ରୀ ବେଳେ ଅଘଟଣ: ମଦ ନିଶାରେ କନ୍ୟାର ମାଆଙ୍କୁ ହତ୍ୟାକଲେ ବରପକ୍ଷ

ବରଗଡ଼: ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲିରେ ଏକ ହତ୍ୟାକାଣ୍ଡ ଘଟିଛି । ବିବାହ ପ୍ରସେସନକୁ କେନ୍ଦ୍ର କରି କିଶୋରୀ ତାଣ୍ଡି ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। କିଛି ଲୋକେ ଉତ୍ୟକ୍ତ ହୋଇ କନ୍ୟାର ମାଆକୁ ହତ୍ୟା କରିଥିବା ଜଣାପଡିଛି । ପଦ୍ମପୁର ପୁଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ମୃତ ମହିଳା ଆଶାକର୍ମୀ ଭାବେ କାର୍ଯ୍ଯ କରନ୍ତି। ତାଙ୍କ ମଝିଆ ଝିଅର ଗତକାଲି ବାହାଘର ଥିଲା । ରାତ୍ରି ୧୨ଟା ସମୟରେ ଝିଅ ଘରକୁ ବର ବରଯାତ୍ରୀ ଆସିଥିଲେ । ତେବେ ବରଯାତ୍ରୀଙ୍କ ଅନେକ ମଦ ନିଶାରେ ଥିଲେ । ପରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ଝିଅ ପକ୍ଷରୁ ସୁମନ୍ତ ନାଏକ ନାମକ ବ୍ୟକ୍ତି ଏକ ଟାଙ୍ଗିଆ ନେଇ ବରାଯାତ୍ରୀଙ୍କୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ଝିଅର ମାଆ ଅଟକେଇବାକୁ ଆସି ଆକ୍ରମଣର ଶୀକାର ହୋଇଥିଲେ । ଆଶାକର୍ମୀଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.