ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମ୍ପତ୍ତି ପାଇଁ ମରଣାନ୍ତକ ଆକ୍ରମଣ, ଦୁଇ ଜ୍ବାଇଁଙ୍କ ଛୁରା ମାଡରେ ଦାଦାଶୂର ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ଛୁରା ମାଡ଼ । ଦୁଇ ଜ୍ବାଇଁଙ୍କ ଛୁରା ମାଡରେ ଦାଦାଶୂର ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଯମୁନାକୋଟ ଗାଁର ଛବିନ୍ଦ୍ର ସାହୁ । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ,ସମ୍ପତ୍ତି ଲୋଭରେ ଛବିନ୍ଦ୍ରଙ୍କ ଉପରକୁ ଛୁରା ମାଡ଼ କରାଯାଇଥିବା ସୂଚନା ମିଳିଛି । ଛବିନ୍ଦ୍ରଙ୍କ ବଡ଼ ଭାଇଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଝିଅ ଏବଂ ଜ୍ୱାଇଁ ସମ୍ପତ୍ତି ଭାଗ ନେବା ପାଇଁଝଗଡା କରି ଆସୁଥିଲେ । ଆଜି ଛବିନ୍ଦ୍ର ଘର ବାହାରକୁ ଆସିବା ମାତ୍ରେ ଦୁଇ ଜ୍ୱାଇଁ ବାପି ସାହୁ ଓ ଅମରେଶ ସାହୁ ତାଙ୍କ ଉପରକୁ ଛୁରା ଧରି ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସ୍ତ୍ରୀ କସ୍ତୁରୀ ସାହୁ ଛବିନ୍ଦ୍ରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ପେଟ ଓ ବେକରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଛବିନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.