ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ଦ ଘରୁ ମହିଳା ଇଂଜିନିଅରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ଭଂଜନଗର : ବନ୍ଦ ଘରୁ ମହିଳା ଇଂଜିନିଅରଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ଏପରି ଘଟଣା ଘଟିଛି ଗଂଜାମର ଭଂଜନଗର ଅଂଚଳରେ । ଘରଟି ଭିତର ପଟୁ ବନ୍ଦ ଥିବା ବେଳେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ଗଳିତ ମୃତଦେହ ଉଦ୍ଧାର କରିଛି। ତେବେ ମୃତକଙ୍କ ନାଁ ଜେ. ଅନିତା ବୋଲି ଜଣାପଡିଛି ।

ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉପସ୍ଥିତିରେ ଘରର କବାଟ ଭଙ୍ଗା ଯାଇଥିଲା । ତେବେ ସେ ୪-୫ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ।

ସୂଚନା ଅନୁସାରେ ଜେ. ଅନିତା ଗ୍ରାମୀଣ ବିକାଶ ବିଭାଗରେ ଜୁନିଅର ଇଂଜିନିଅର ଭାବେ କାମ କରୁଥିଲେ । ତାଙ୍କ ପରିବାର ବ୍ରହ୍ମପୁରରେ ରହୁଥିବା ବେଳେ ସେ ଭଂଜନଗରରେ ଭଡାଘରେ ଏକୁଟିଆ ରହିଆସୁଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.