ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା: ଡ୍ରେନ୍ ଓ ଡଷ୍ଟବିନରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । କଣ୍ଟାବାଞ୍ଜି ହସ୍ପିଟାଲର ମା’ ଓ ଶିଶୁ ପ୍ରସୂତି ବିଭାଗ ନିକଟ ଏକ ଅଳିଆ ଗଦା ଡଷ୍ଟବିନରୁ ମୃତଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଡଷ୍ଟବିନରେ କେହି ଶିଶକୁ ଛାଡି ଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେହିପରି ବଲାଙ୍ଗିର ସହର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଏମସିଏଚ କୋଠା ପଛପଟେ ଥିବା ଏକ ଡ୍ରେନ ଭିତରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ନବଜନ୍ମିତ ଶିଶୁକନ୍ୟାଟିକୁ କେହି ବ୍ୟାଗରେ ପୁରାଇ ଡ୍ରେନରେ ଫୋପାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଛୁଆଟିକୁ ଜୀବିତ ଅବସ୍ଥାରେ ବ୍ୟାଗରେ ଭର୍ତ୍ତି କରି ନାଳରେ ଫୋପାଡ଼ି ଦିଆଯାଇଥିଲା ନା ମରିବା ପରେ ଫୋପାଡ଼ି ଦିଆଯାଇଥିଲା, ତାହା ସ୍ପଷ୍ଟ ହୋଇପାରିନି। ଅନ୍ୟପକ୍ଷରେ ହସପିଟାଲ କର୍ତ୍ତୃପକ୍ଷଙ୍କର ଏନେଇ କୌଣସି ପ୍ରତିକିୟା ମିଳିନାହିଁ।

Leave A Reply

Your email address will not be published.