ଲକଡାଉନରେ କେବଳ ଆଇ କାର୍ଡ ଦେଖାଇଲେ ଛାଡିବନି ପୋଲିସ, ଅମାନିଆ ହେବେ ସାବାଡ଼

ଏଥର ଅମାନିଆ ହେବେ ସାବାଡ଼ । ଲକଡାଉନରେ ଚେକିଂକୁ ଆହୁରି କଡାକଡି କରିବା ପାଇଁ ପୋଲିସ କମିଶନର ଆଣିଲେ ନୂଆ ନିୟମ । ଲକଡାଉନରେ କେଉଁମାନେ ଆସିପାରିବେ ଅଫିସ ? ସବୁ ବେସରକାରୀ ସଂସ୍ଥାକୁ କର୍ମଚାରୀଙ୍କ ତାଲିକା ମାଗିଲେ ପୋଲିସ କମିଶନର । ପରିଚୟପତ୍ରର ଦୁରୁପଯୋଗ କରି ବୁଲୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କମିଶନରେଟ ପୁଲିସ୍ ।
କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି, ସଂସ୍ଥା ତାଲିକା ଦେବ। କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦାଖଲ କରିବ ସଂସ୍ଥା। ସଂସ୍ଥା ଅଧିକୃତ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ବି ଦେବ। ସମ୍ପୃକ୍ତ କର୍ମଚାରୀ ପରିଚୟ ପତ୍ର ଓ ଅଥରାଇଜେସନ ଲେଟର ଦେଖାଇବେ ବୋଲି କହିଲେ ପୋଲିସ କମିଶନର ।
କଟକଣା ଆହୁରି କଡ଼ାକଡ଼ି କରାଯିବ। ଲକ୍ଡାଉନ୍ରେ ଆତଯାତ ପାଇଁ ପୋଲିସ କାହାକୁ ପାସ୍ ଦେଇନି। କିଛି ଲୋକ ପରିଚୟପତ୍ରର ଦୁରୂପଯୋଗ କରି ମନଇଚ୍ଛା ବୁଲୁଛନ୍ତି ବୋଲି କହିଲେ ପୋଲିସ କମିଶନର ।