ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଦଳିଲେ କଟକ ଓ ଭୁବନେଶ୍ୱରର ଡିସିପି, ଅରୁଣ ବୋଥ୍ରା ହେଲେ କ୍ରାଇମବ୍ରାଞ୍ଚର ଏଡ଼ିଜି

ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି। କଟକର ନୂଆ ଡିସିପି ପିନାକ ମିଶ୍ର ହୋଇଥିବା ବେଳେ ଭୁବନେଶ୍ୱର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂହ। ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗର ଡିଜି ଦାୟିତ୍ବ ମିଳିଛି। ଅରୁଣ ବୋଥ୍ରାଙ୍କୁ କ୍ରାଇମ ବ୍ରାଞ୍ଚର ଏଡ଼ିଜି ଦାୟିତ୍ବ ମିଳିଛି।

ସେହିପରି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପଦୋନ୍ନତି ପାଇ କଟକ-ଭୁବନେଶ୍ୱରର ଅତିରିକ୍ତ ପୁଲିସ କମିଶନର ଭାବେ ଅବସ୍ଥାପିତ ହୋଇଛନ୍ତି ।

ସିଦ୍ଧାର୍ଥ କାଟତିୟାଙ୍କୁ ଖୋର୍ଦ୍ଧା ଜିଲ୍ଲାର ଏସପି ଦାୟିତ୍ବ ମିଳିଛି। ସେହପରି ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ସଞ୍ଜୀବ ପଣ୍ଡାଙ୍କୁ ମିଳିଛି। ବ୍ରହ୍ମପୁର ଏସପି ଭାବେ ଡ. ଶର୍ବଣା କୁମାରଙ୍କୁ ଦାୟିତ୍ବ ମିଳିଛି। ଅଗ୍ନିଶମ ଡିଜି ହୋଇଛନ୍ତି ସନ୍ତୋଷ କୁମାର ଉପାଧ୍ଯାୟ ।

ନୟାଗଡ ଏସପି-ଅଲେଖ ପହୀ

ନବରଙ୍ଗପୁର ଏସପି- ଏସ ସୁଶ୍ରୀ

ବରଗଡ ଏସପି- ପରମାର ସ୍ମିତ ପରଷୋତ୍ତମଦାସ

ଝାରସୁଗୁଡା ଏସପି- ରାହୁଲ ଜୈନ

କଳାହାଣ୍ଡି ଏସପି -ଅଭିଳାଷ ଜୀ

 

 

Leave A Reply

Your email address will not be published.