ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋଲା ବଜାରରେ ବିକ୍ରି ହେବ କୋଭିସିଲ୍ଡ ଓ କୋଭାକ୍ସିନ ଟିକା, ଜାଣନ୍ତୁ କେତେ ରହିବ ଦାମ…

ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ କରୋନା ବିରୋଧୀ ଲଢେଇରେ ଏକମାତ୍ର ଅସ୍ତ୍ର ସାଜିଛି ଟିକା । ଦେଶରେ କରୋନା ମହାମାରୀ ବିରୋଧରେ ସଞ୍ଜିବନୀ ସାଜିଥିବା କୋଭିଶିଲ୍ଡ ଓ କୋଭାକ୍ସିନ୍‌ ଟିକାକୁ ନେଇ ଆସିଛି ଏକ ଭଲ ଖବର। ଭାରତରେ ମୁଖ୍ୟତ ୨ ଟି ଟିକା ଉପଯୋଗ ହେଉଥିବା ବେଳେ ଏହା କେବଳ ସରକାରୀ ମାଧ୍ୟମରେ ଉପଲବ୍ଧ ହେଉଥିଲା । ଏହାକୁ ସହଜରେ ଖୋଲାବଜାରରେ ଉପଲବ୍ଧ କରାଇବାକୁ ସରକାର କିଛିଦିନ ତଳେ ଯୋଜନା କରିଥିବା ବେଳେ ଏହାରି ଭିତରେ ଆଜି DCGI କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଡିସିଜିଆଇର ସର୍ତ୍ତ ମୁତାବକ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ମେଡିସିନ ଷ୍ଟୋରରେ ଉପଲବ୍ଧ ହେବ ନାହିଁ । ବରଂ ଏହା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ଓ ଲୋକମାନେ ସେହିଠାରେ କିଣି ସେହିଠାରେ ଟିକା ନେଇପାରିବେ ।

ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ ) କୋଭାକ୍ସିନ୍‌ ଓ କୋଭିଶିଲ୍ଡ ପାଇଁ ସର୍ତ୍ତମୂଳକ ବଜାରରେ ଉପଲବ୍ଧର ମଞ୍ଜୁରୀ ଦେଇ ସାରିଛି । କିନ୍ତୁ ଭାକ୍ସିନ୍‌ ଦେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍‌ ଫଲୋ କରିବାକୁ ହେବ। ହେଲେ ଏବେ ଏହା ଉପରେ ନିଷ୍ପତ୍ତି ଆସିବା ବାକି ରହିଛି କି ବଜାରରେ ଏହାର କଣ ଦାମ୍‌ ହେବ ?

ଏବେ ଉଭୟ ଟିକାକୁ ବଜାର ବିକ୍ରି ପାଇଁ DCGI ଅନୁମତି ଦେବା ପରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଡୋଜ୍ ପିଛା ଦର କମିପାରେ । ସୂଚନା ଅନୁସାରେ, ଖୋଲା ବଜାରରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୭୫ ଟଙ୍କା ରହିପାରେ । ପ୍ରତି ଡୋଜ୍ ପିଛା ସେବା ଶୁଳ୍କ ଭାବେ ୧୫୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।

ଗତବର୍ଷ ଜାନୁଆରୀ ୩ରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଥିଲା । ଏହାପରେ ଜାନୁଆରୀ ୧୬ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ । କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣା ଟିକା ଯୋଗାଇଛନ୍ତି । ଏଥିସହ ଘରୋଇ ମେଡିକାଲରେ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ରହିଥିବା ବେଳେ କୋଭିସିଲ୍ଡର ପ୍ରତି ଡୋଜ୍ ଦର ୭୮୦ ଟଙ୍କା ରହିଛି । ଏଥିସହ ଟିକା ଦେବାକୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡ଼ୁଛି ।

Leave A Reply

Your email address will not be published.