୧୨-୧୮ ବର୍ଷ ବୟସ୍କଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଡିସିଜିଆଇ ଦେଲା ଅନୁମତି

ନୂଆଦିଲ୍ଲୀ : ଦେଶରେ ୧୨ରୁ ୧୮ ବର୍ଷ ପିଲା ନେବେ ଟିକା । ଏବି ବୟସର ପଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଟିକା । କୋର୍ବେଭାକ୍ସକୁ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ ଏହି ଟିକାକୁ କିଶୋରଙ୍କୁ ଦେବା ଲାଗି ଅନୁମତି ପ୍ରଦାନ କରାଯାଇଛି । କୋଭିଡ ଟିକା କୋର୍ବେଭାକ୍ସକୁ ବିଶେଷଜ୍ଞ ପ୍ୟାନେଲର ଗ୍ରୀନ ସିଗନାଲ ମିଳିଛି । ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି ।

କୋର୍ବେଭାକ୍ସ ଟିକା କରୋନା ସହ ଲଢ଼ିବା ସହ ଟିକାର ଦୁଇଟି ଡୋଜ୍ ନେବାର ବ୍ୟବଧାନ ୨୮ଦିନ ରହିବ ବୋଲି ଜଣାପଡ଼ିଛି। ଏହି ଟିକା ସଂରକ୍ଷଣ ଦୁଇରୁ ଆଠ ଡିଗ୍ରୀ ସେଲସିୟସରେ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଜାନୁଆରି ୩ରୁ ୧୫ରୁ ୧୮ବର୍ଷ ବୟସ୍କଙ୍କୁ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯାଉଛି। ଏବେ ସେମାନେ କୋଭାକ୍ସିନ ସହ କୋର୍ବେଭାକ୍ସ ଟିକା ନେଇପାରିବେ। ପୂର୍ବରୁ କରୋନା ଟିକା ‘କୋର୍ବେଭାକ୍ସ’ର ପାଞ୍ଚ କୋଟି ଡୋଜ କିଣିବାକୁ କେନ୍ଦ୍ର ସରକାର ବାୟୋଲୋଜିକାଲ-ଇକୁ ନିର୍ଦ୍ଦେଶ ଦେଇଥିଲେ ପ୍ରତ୍ୟେକ ଡୋଜର ମୂଲ୍ୟ ଟ୍ୟାକ୍ସ ସହିତ ୧୪୫ଟଙ୍କା ରହିବ ବୋଲି ଜଣାପଡ଼ିଥିଲେ। ହେଲେ କେଉଁ ବର୍ଗର ହିତାଧିକାରୀଙ୍କୁ ଏହି ନୂତନ ଟିକା ଦିଆଯିବ ତାହା ସ୍ଥିର ହୋଇନଥିବା ବେ‌ଳେ ଏବେ ୧୫ରୁ ୧୮ବର୍ଷ ବୟସ୍କ ଏହି ଟିକା ନେବେ ବୋଲି ସ୍ଥିର ହୋଇଛି।

ଗତ ବର୍ଷ ଡିସେମ୍ବରରେ କରୋନାର ବୁଷ୍ଟର ଡୋଜ୍ ପାଇଁ ହାଇଦ୍ରାବାଦର କମ୍ପାନୀ ବାୟୋଲୋଜିକଲ ଇ. ଲିମିଟେ୍ କୋର୍ବେଭାକ୍ସ ଭ୍ୟାକ୍ସିନ ଟ୍ରାଏଲକୁ ମଞ୍ଜୁରୀ ମିଳିଥିଲା। ଜାନୁଆରୀ ଶେଷ ସୁଦ୍ଧା ଟିକା ଉପଲବ୍ଧ କରାଇବା ପାଇଁ ଅର୍ଡର ଜାରି କରାଯାଇଥିଲା। ଅର୍ଡର ଅନୁଯାୟୀ ହାଇଦ୍ରାବାଦ ସ୍ଥିତ କମ୍ପାନୀ ଫେବ୍ରୁଆରୀରେ ସପ୍ଲାଇ ଆରମ୍ଭ କରିବାକୁ ଆଶା ରଖିଛି। କ୍ରୟ ଆଦେଶ ଅନୁସାରେ, ୨୦୨୧ ଜୁନ ୨ରେ ୨୦୨୧ରେ ବାୟୋଲୋଜିକାଲ-ଇ ଠାରୁ କୋର୍ବେଭାକ୍ସ କିଣିବା ପାଇଁ ସରକାର ଅଗ୍ରୀମ ଆକାରରେ ୧୫୦୦ କୋଟି ଟଙ୍କା ଦେଇଛନ୍ତି ।

Leave a comment