bitcoin
Bitcoin (BTC) 2,349,421.47 2.19%
ethereum
Ethereum (ETH) 157,861.26 2.37%
tether
Tether (USDT) 77.90 0.08%
bnb
BNB (BNB) 24,843.59 1.47%
usd-coin
USD Coin (USDC) 77.90 0.25%
xrp
XRP (XRP) 32.63 1.26%
binance-usd
Binance USD (BUSD) 77.82 0.25%
cardano
Cardano (ADA) 41.98 2.16%
solana
Solana (SOL) 4,051.24 3.34%
dogecoin
Dogecoin (DOGE) 6.72 0.78%

ଦିନକୁ ଦିନ ଅସହ୍ୟ ହେଉଛି ତାପମାତ୍ରା, ବର୍ଷକୁ ବାୟୁରେ ମିଶୁଛି ୧୦ କୋଟି ଟନ୍‍ ଅଙ୍ଗାରକାମ୍ଳ

ରାଜଧାନୀରେ ଗଡ଼ୁଛି ଦୈନିକ ୧୦ ଲକ୍ଷ ଗାଡି

ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀ ସମେତ ସାରା ରାଜ୍ୟରେ ତାପମାତ୍ରା ଅସହ୍ୟ ହେଉଛି। ଚଳିତ ବର୍ଷ କେବଳ ଏପ୍ରିଲ ମାସକୁ ଦେଖିଲେ ଜଣାଯାଉଛି ଯେ ଆସନ୍ତା ଦିନରେ ତାପମାତ୍ରା ଏକ ବଡ ଧରଣର ବିପଦର ଆଭାସ ଦେଉଛି। ଏପ୍ରିଲ ମାସରେ ରାଜଧାନୀରେ ପାରଦ ୪୩ ଛୁଇଁଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି। କେବଳ ତାପମାତ୍ରା ନୁହେଁ ଦିନ ତମାମ ରାଜଧାନୀ ସମେତ ସାରା ରାଜ୍ୟରେ ବହୁଥିବା ଗରମ ପବନ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କରାଣ ପାଲଟିଛି। ଗୋଟିଏ ପଟେ ରାଜଧାନୀ ଚାରିପଟୁ ସବୁଜ ବନାନୀ ଉଭାନ୍‍ ହୋଇଯାଉଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗଛ କଟୁଛି। ଏହାସହ ସହର ଭିତରେ ଅଙ୍ଗାରକାମ୍ଲର ଭାର ବି ବଢ଼଼ି ଚାଲିଛି।

ରାଜ୍ୟ ପରିବହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ ଶେଷ ସୁଦ୍ଧା କେବଳ ରାଜଧାନୀର ଦୁଇଟି ଆର୍‍ଟିଓ ଅଫିସରେ ୧୩ ଲକ୍ଷ ୭୭ ହଜାରରୁ ଅଧିକ ଗାଡି ପଞ୍ଚିକୃତ ହୋଇଥିଲା। ଏଥିରୁ ଦୁଇଚକିଆ ଗାଡି ସଂଖ୍ୟା ୯ ଲକ୍ଷରୁ ବେଶୀ ହୋଇଥିବା ବେଳେ ୩ ଓ ୪ ଚକିଆ ସଂଖ୍ୟା ୨ ଲକ୍ଷ ଉପରେ। ଟ୍ରାଫିକ ପୁଲିସର ଆକଳନ ଅନୁସାରେ ପ୍ରତିଦିନ ରାଜଧାନୀ ରାଜରାସ୍ତାରେ ପାଖାପାଖି ୧୦ ଲକ୍ଷ ଗାଡି ମୋଟର ଯା’ଆସ କରୁଛି। ଏସବୁକୁ ଛାଡି ବାହାର ଅଞ୍ଚଳର ପଞ୍ଜିକୃତ ଗାଡି ସଂଖ୍ୟା ବି ରାଜଧାନୀରେ ଅନେକ। କେବଳ ରାଜଧାନୀ ନୁହେଁ ୨୦୧୯ ଶେଷ ସୁଦ୍ଧା ସାରା ରାଜ୍ୟରେ ପଞ୍ଜିକୃତ ଗାଡି ସଂଖ୍ୟା ୮ ନିୟୁତ ଥିଲା ବେଳେ ଏବେ ତାହା ଦୁଇଗୁଣିତ ହୋଇଛି।

ଲୋକଙ୍କ ଆବଶ୍ୟକତା ଅନୁସାରେ ବିଦ୍ୟୁତ ଉପକରଣର ବ୍ୟବହାର, ଜନସଂଖ୍ୟା ବୃଦ୍ଧି, ଗାଡିମୋଟରରୁ ବାହାରୁଥିବା ଅଙ୍ଗାରକାମ୍ଳ ଏବେ ରାଜ୍ୟ ପାଇଁ ବୋଝ ହେଲାଣି। ଏସବୁ ବୋଝକୁ କମାଇବାର ଏକମାତ୍ର ଉପାୟ ହେଲା ଗଛ ଲଗାଇବା ଓ ବନୀକରଣ ଯୋଜନାକୁ ବ୍ୟାପକ କରିବା। େଏ ବାବଦରେ ୱାଇଲ୍ଡଲାଇଫ୍‍ ସୋସାଇଟି ଅଫ୍‍ ଓଡ଼ିଶାର ମୁଖ୍ୟ ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ ୨୦୧୦-୧୧ରୁ ୨୦୨୦-୨୧ ମଧ୍ୟରେ ରାସ୍ତା ସମ୍ପ୍ରସାରଣ ପାଇଁ ରାଜ୍ୟରେ ୧ କୋଟି ୮୫ ଲକ୍ଷ ୭୪୮ ଗଛ କଟିଛି। ଆଉ ତା ବଦଳରେ ଲାଗିଛି ମାତ୍ର ୨୯ ଲକ୍ଷ ୮୩ ହଜାର ୫୭୩ ଗଛ। ଏଥରୁ ସାରା ରାଜ୍ୟରେ ଚାଲିଥିବା ବନୀକରଣ କଥା ସହଜରେ ଅନୁମାନ କରାଯାଇ ପାରିବ।

ଶେଷଥର ପାଇଁ ୨୦୧୪-୧୫ରେ ରାଜ୍ୟ ସରକାର ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ଗ୍ୟାସ୍‍ର ପରିମାଣକୁ ଏନେଇ ଏକ ସର୍ଭେ କରିଥିଲେ। ଯେଉଁଥିରୁ କେବଳ ଓଡ଼ିଶା ବାର୍ଷିକ ପ୍ରାୟ ୧୦ କୋଟି ଟନ୍‍ ଅଙ୍ଗାରକାମ୍ଳ ବାୟୂ ମଣ୍ଡଳକୁ ଛାଡୁଛି। ତାପମାତ୍ରା ବୃଦ୍ଧି, ଗ୍ରୀଷ୍ମର ଅବଧି ବୃଦ୍ଧି ବର୍ଷା ମାସର ଅବଧି କମିବା, ବର୍ଷାରେ ଅନିୟମିତତା, ମୌସୁମୀ ଆସିବାରେ ବିଳମ୍ବ ଭଳି ପରିସ୍ଥିତି ପଛରେ ସବୁଠାରୁ ବଡ କାରଣ ହେଉଛି ଅଙ୍ଗାରକାମ୍ଳ ଗ୍ୟାସ୍‍ର ବୃଦ୍ଧି। ବାୟୂମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ଅଧିକ ହେଉଥିବାରୁ ଓଡ଼ିଶାର ସ୍ଥିତି ଜଟିଳ ହେବାରେ ଲାଗିଛି। ଯାହାର ପ୍ରତିଫଳନ ରାଜଧାନୀରେ ଅଧିକ ଦେଖିବାକୁ ମିଳୁଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ତଥ୍ୟ ଅନୁସାରେ ଯେତିକି ଅଙ୍ଗରକାମ୍ଳ ଓଡ଼ିଶା ନିର୍ଗତ କରୁଛି ତା’ର ୬୨% ଶକ୍ତି କ୍ଷେତ୍ରରୁ ଆସୁଛି। ୮୩% ଅଙ୍ଗାରକାମ୍ଳ ତାପଜ ବିଦ୍ୟୁତ ଯୋଗୁଁ ସୃଷ୍ଟି ହେଉଛି। କୃଷି କାର୍ଯ୍ୟର ବିଭିନ୍ନ ପ୍ରକ୍ରିୟା, ବର୍ଜ୍ୟବସ୍ତୁୁରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ବି ବଢ଼଼ି ଚାଲିଛି।

୨୦୦୩-୨୦୧୭ ମଧ୍ୟରେ ରାଜଧାନୀରେ ସହରୀକରଣ ୭୭.୦୫ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ସମାନ ଭାବେ ସାରା ରାଜ୍ୟର ବି ବିକାଶ ହୋଇଛି। ସହରୀକରଣ ଯୋଗୁଁ ବିଭିନ୍ନ ବିକାଶ ମୂଳକ କାମ ପାଇଁ ବର୍ଷକରେ ୫୭ ହଜାର ୪୧୦ ହେକ୍ଟର ଜଙ୍ଗଲ ଜମିର କିସମ ବଦଳିଛି। ସେହିପରି ୧୮୬ଟି ଖଣି ପ୍ରକଳ୍ପ ପାଇଁ ୨୮ ହଜାର ୪୦୯ ହେକ୍ଟର ଜମି, ଶିଳ୍ପ ପାଇଁ ୪୪୦୫ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହୋଇଛି। ତେଣୁ ବଢ଼଼ୁଥିବା ତାପମାତ୍ରା ଓ ବଦଳୁଥିବା ପାଣିପାଗର ସ୍ଥିତିରେ ସୁଧାର ଆଣିବା ପାଇଁ ପୁଣିଥରେ ଏସବୁକୁ ସକ୍ରିୟ କରିବା ସହ ବନୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଦରକାର ବୋଲି ପରିବେଶବିତମାନେ ମତ ଦେଇଛନ୍ତି।

Leave a comment