ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀଙ୍କ ହତ୍ୟା ପାଇଁ ୨ ଆତଙ୍କବାଦୀଙ୍କୁ ସୁପାରି ଦେଇଛି ଦାଉଦ୍‌

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବିପଦ ରହିଛି। ଅଣ୍ଡରୱାର୍ଲଡ ଡନ୍‌ ତଥା ପଳାତକ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ ପ୍ରଧାନମନ୍ତ୍ରୀଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରୁଛି। ମୁସ୍ତାକ ଅହମ୍ମଦ ଏବଂ ମୁସ୍ତାକ ନାମକ ଦୁଇ ଆତଙ୍କବାଦୀଙ୍କୁ ଦାଉଦ ହତ୍ୟାର ସୁପାରି ଦେଇଛି। ଏ ନେଇ ମୁମ୍ବଇ ପୁଲିସକୁ ଏକ ଅଡ଼ିଓ ବାର୍ତ୍ତା ମିଳିଛି। ଏହା ଜଣାପଡିବା ପରେ ସୁରକ୍ଷାବାହିନୀ ସତର୍କ ହୋଇଯାଇଛି।

ଏହି ଅଡିଓକୁ ନେଇ ୱର୍ଲି ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ବାର୍ତ୍ତା ପଠାଇଥିବା ଲୋକକୁ ଧରିବା ପାଇଁ ଉଦ୍ୟମ କରୁଛି। ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ପାଇଁ ଧମକ ମିଳିଥିଲା। ସେତେବେଳେ ଏକ ଇ-ମେଲ୍‌ ମିଳିଥିଲା। ଏଥିରେ ଆତଙ୍କବାଦୀଙ୍କ ସ୍ଲିପର ସେଲ୍‌ରେ ସାମିଲ ୨୦ ଲୋକ ପ୍ରଧାନମନ୍ତ୍ରୀଙ୍କୁ ମାରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଇଥିଲା। ଏହି ଆତଙ୍କବାଦୀଙ୍କ ପାଖରେ ୨୦ କେଜି ଆରଡିଏକ୍ସ ଥିବା ଦାବି କରାଯାଇଥିଲା।

Leave A Reply

Your email address will not be published.