ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମ୍ବୁଲାନ୍ସ ମିଳିଲାନି : ରୋଗୀଣା ମା’କୁ ପିଠିରେ ଲଦି ହସ୍ପିଟାଲ ନେଲା ଝିଅ

ଗୋପାଳଗଞ୍ଜ : ବିହାର ଗୋପାଳଗଞ୍ଜର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆମ୍ବୁଲାନ୍ସ ନ ମିଳିବାରୁ ନିଜ ରୋଗୀଣା ମାଆକୁ ପିଠିରେ ଲଦି ଝିଅ ହସ୍ପିଟାଲକୁ ନେଉଥିବା ଦେଖିବାକୁ ମିଳୁଛି। ସେ ପ୍ରାୟ ୩ କିମି ଚାଲି ଚାଲି ମାଆଙ୍କୁ ହସ୍ପିଟାଲରେ ପହଞ୍ଚାଇ ଥିଲେ । ଏହି ଘଟଣା ବରୋଲି ପିଏଡ୍‌ସିର ବୋଲି କୁହାଯାଉଛି। ଝିଅର ନାମ ଅମରାବତୀ | ସେ ଗୋପାଳଗଞ୍ଜର ସୁରୱାଲ ଗ୍ରାମର ବାସିନ୍ଦା। ଅମରାବତୀଙ୍କ ମା’ ବାଚିଆ ଦେବୀଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ କିମ୍ବା ଗାଡି ନମିଳିବାରୁ ପିଠିରେ ନେଇ ଯାଇଥିଲେ। ଫେରିବା ସମୟରେ ମଧ୍ୟ ତାଙ୍କୁ ଆମ୍ବୁଲାନ୍ସ ଦିଆଯାଇନଥିଲା। ସେ ପୁଣି ମାଆଙ୍କୁ ପିଠିରେ ଆଣିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାରେ ବିହାର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଛି।

Leave A Reply

Your email address will not be published.