ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟଙ୍କା ପାଇଁ ସମ୍ପର୍କ ଭୁଲିଗଲା ଝିଅ, ବାପାମାଆଙ୍କ ଖାଦ୍ୟରେ ନିଶା ଦେଇ ଲକ୍ଷାଧିକ ଟଙ୍କା ନେଇ ଝିଅ ଫେରାର

ଲକ୍ଷ୍ନୌ: ଟଙ୍କା ପାଇଁ ସମ୍ପର୍କ ତୁଚ୍ଛ । ଟଙ୍କା ପାଇଁ ବାପାମାଆଙ୍କ ଖାଦ୍ୟରେ ନିଶା ଦେବା ପାଇଁ ପଛାଇଲାନି ଝିଅ । ବାପାମାଆଙ୍କ ବ୍ୟବହାରରେ ବିରକ୍ତ ହୋଇ ଝିଅ ଏମିତି କରିଥିବା ସୂଚନା ଦେଇଛି ପୋଲିସ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ । ଝିଅ ପ୍ରେମିକ ସହ ଅନ୍ୟ କେତେଜଣ ସାଙ୍ଗ ମିଶି ଏହି ଡାକାୟତିର ଷଡ଼ଜନ୍ତ୍ର ରଚିଥିଲେ, ଏହି ଘଟଣାର ପର୍ଦ୍ଦାଫାସ ହେବାପରେ ପୋଲିସ ସମସ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଲକ୍ଷ୍ନୌର ରସୁଲପୁର ଗାଁରେ ରହୁଥିବା ମନୋଜ କୁମାର ପୋଲିସକୁ ସୂଚନା ଦେଇଥିଲେ ଯେ, ତାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଏବଂ ୩ ଲକ୍ଷ ଅଳଙ୍କାର ଚୋରି ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଯାଞ୍ଚ ପରେ ପୋଲିସ ଅଭିଯୁକ୍ତ ମନୋଜଙ୍କ ଝିଅ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା ।

ସେମାନଙ୍କଠାରୁ ନଗଦ ଟଙ୍କା ସହ ୩ଲକ୍ଷ ଟଙ୍କାର ସୁନାଗହଣା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ତେବେ ଘଟଣାକୁ ନେଇ ପୋଲିସ କହିଛି ଯେ, ମନୋଜ କୁମାରଙ୍କ ଝିଅ ତାଙ୍କ ବାପାମାଆଙ୍କ ବ୍ୟବହାରକୁ ନେଇ ଅତ୍ୟନ୍ତ ବିରକ୍ତ ଥିଲେ ଏବଂ ସେ ତାଙ୍କ ବାପାମାଆଙ୍କଠାରୁ ଅଲଗା ହେବାକୁ ଚାହୁଁଥିଲେ । ତେଣୁ ସେ ତାଙ୍କ ପ୍ରେମିକ ବିନୟଙ୍କ ସହିତ ନିଜ ଘରକୁ ଡକାୟତି କରିବାର ଷଡ଼ଯନ୍ତ୍ର ରଚିଥିଲେ ।

ପରିବାରର ବ୍ୟବହାର ଯୋଗୁଁ ସେ ନିଜ ପ୍ରେମିକ ବିନୟଙ୍କୁ ତାଙ୍କ ଘରେ ରଖାଯାଇଥିବା ଟଙ୍କା ଏବଂ ଅଳଙ୍କାର ବିଷୟରେ କହିଥିଲେ। ଏହା ପରେ ବିନୟ, ଶୁଭମ୍ ଏବଂ ରଣଞ୍ଜିତ ପରିବାର ଲୋକଙ୍କ ଖାଦ୍ୟରେ ନିଶା ଦ୍ରବ୍ୟ ଦେଇ ଏହି ଡକାୟତି କରିଥିଲେ । ଯାହା ପରେ ଉଭୟ ଘରେ ରଖାଯାଇଥିବା ପ୍ରାୟ ୧୩ ଲକ୍ଷ ନଗଦ ଟଙ୍କା ନେଇ ସେମାନେ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.