ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମିବାଡ଼ି ଭାଗବଣ୍ଟା ପାଇଁ ମାଆକୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲା ଝିଅ

କଟକ: କଟକ ବାଙ୍କୀ ବୈଦେଶ୍ୱର ଥାନା ରଜୀବ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଜମିବାଡ଼ି ଭାଗବଣ୍ଟା ପାଇଁ ମାଆକୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲା ଝିଅ । ମାଆର ଚିତ୍କାର ଶୁଣି ଉଦ୍ଧାର କରିଛନ୍ତି ପଡ଼ୋଶୀ ।

ସୂଚନା ଅନୁଯାୟୀ, ରଜୀବ ଗାଁର ଗୁଲାପ ଦେଇଙ୍କ ଝିଅ ବାଙ୍କୀ ବରପୁଟ ଗାଁରେ ବିବାହ କରିଥିଲେ । ଶାଶୂଘର ଲୋକଙ୍କ ସହିତ ପାଟିତୁଣ୍ଡ ହେବାରୁ ବାପ ଘରକୁ ଆସିଥିଲେ। ବାପଘରେ ଘର କରି ରହିବାକୁ ମାଆକୁ କହିଥିଲେ । ହେଲେ ମାଆ ଏଥିରେ ରାଜି ନହେବାରୁ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ପାଖରେ ଥିବା ବ୍ୟକ୍ତି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ମାଡ଼ ମାରୁଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କିଛି କାର୍ଯ୍ଯାନୁଷ୍ଠାନ ନେଇନଥିବା କହିଛନ୍ତି ଗୁଲାପ ଦେଇ ।

Leave A Reply

Your email address will not be published.