ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଡର’ – କରୋନା ଉପରେ ଆଧାରିତ ଏକ ସୁନ୍ଦର ବାର୍ତ୍ତା

କରୋନାକୁ ଡରନ୍ତୁ ନାହିଁ, ବରଂ ତାକୁ ହରେଇବାକୁ ଚେଷ୍ଟା କରନ୍ତୁ । ବର୍ତମାନ ସମୟରେ ଯେ କୋୖଣସି କାରଣରୁ ବି ଦେହ ଟିକେ ଅସୁସ୍ଥ ହେଲେ ମନରେ ଭୟ ଆସୁଛି କି କାଳେ କରୋନା ହେଇଥିବ ବୋଲି । ସଂଗେ ସଂଗେ ମନରେ କରୋନା ବିଷୟରେ ଅସ୍ବସ୍ତିକର ଚିନ୍ତାଧାରା ଆସିଯାଉଛି । ମାତ୍ର ଏଭଳି ଚିନ୍ତା କରିବା ଠିକ ନୁହେଁ । ବରଂ ସାଧାରଣ ଚିକିତ୍ସା ଆପଣେଇବା ସହ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ମାନସିକ ଦୃଢତାର ସହ ଆମକୁ କରୋନାକୁ ସାମ୍ନା କରି ତାକୁ ହରେଇବାକୁ ପଡିବ । ମିଛ, ମାନସିକ ଦୁଶ୍ଚିନ୍ତାରେ ନ ପଡି ନିଜେ ସତର୍କ ରୁହନ୍ତୁ ଏବଂ ଅନ୍ୟକୁ ସତର୍କ କରାନ୍ତୁ । ଏହି ଉଦ୍ଦେଶ୍ୟ ନେଇ ଏକ ଭିଡ଼ିଓ ବନେଇଛନ୍ତି କିଛି ଯୁବକ ଯାହା କରୋନା ବିରୁଦ୍ଧରେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରୁଛି ।

ବର୍ତମାନ ସମୟରେ ମାନସିକ ସ୍ତରରେ ଚାପ ଗ୍ରସ୍ତ ହୋଇ ଅନେକ ସ୍ଥାନରେ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି । ଏହି କ୍ଷୁଦ୍ର ଚଳଚିତ୍ର ମାଧ୍ୟମରେ ନିର୍ଦେଶକ ଏକ ସାମାଜିକ ବାର୍ତା ଦେଇଥିବା କଥା କହିଛନ୍ତି । ତେବେ ପୂର୍ବ ବର୍ଷ ମଧ୍ୟ Corona କୁ ଆଧାର କରି ଏକ ବାର୍ତ୍ତା ପ୍ରଦାନ କାରି କାହାଣୀ ବନାଇଥିବା କହିଛନ୍ତି ଏହି ଚଳଚିତ୍ର ନିର୍ମାଣ କରିଥିବା ଯୁବଗୋଷ୍ଟି । ତେବେ ଏହି କାହାଣୀ ଲେଖିଛନ୍ତି ଲୋପାମୁଦ୍ରା ବାରିକ, ସମ୍ପାଦନା କରିଛନ୍ତି କ୍ରିଷ୍ଣା ସିଂ ଏବଂ ନିର୍ଦେଶନା ଭାର ସମ୍ଭାଳିଛନ୍ତି ସୂର୍ଯ୍ୟକାନ୍ତ ଛୋଟରାୟ । ଅଭିନୟ ରେ ଅଛନ୍ତି ସୂର୍ଯ୍ୟ ଏବଂ ସୁରଜ ।

Leave A Reply

Your email address will not be published.