ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିନା ଅନୁମତିରେ ରାସ୍ତା ଖୋଳିଲେ, ହୋଇପାରେ ଜେଲ୍

ଭୁବନେଶ୍ବର: ବିନା ଅନୁମତିରେ ଆପଣ ଗାଁ ରାସ୍ତାକୁ ଖୋଳୁଛନ୍ତି କି ? ନିଜର ସ୍ବାର୍ଥ ପାଇଁ ରାଜ୍ୟର ସମ୍ପତ୍ତି ନଷ୍ଟ କରୁଛନ୍ତି କି ? ସାବଧାନ ! ବେଆଇନ ଭାବେ ଗାଁର ପିଚୁ ଓ ପକ୍କା ରାସ୍ତା ଖୋଳିଲେ ଏବେ ଜେଲ ଯିବାକୁ ପଡିବ। ଏପରି କଡା ନିର୍ଦ୍ଦେଶନାମା ଜାରି କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ବିଭିନ୍ନ ଉଦ୍ଦେଶ୍ୟ ରଖି ବିଭିନ୍ନ ସମୟରେ ଅସାଧୁ ବ୍ୟକ୍ତି ନିମ୍ନମାନର କାମ  ଅଭିଯୋଗ କରି ଗାଁର ପକ୍କା ଓ ପିଚୁ ରସ୍ତାକୁ ଖୋଳି ପକାଉଛନ୍ତି। ଏପରି ହେବା ଦ୍ବାରା ଲକ୍ଷ ଲକ୍ଷ ଟଙ୍କାର ରାଜ୍ୟ ସମ୍ପତ୍ତି ନଷ୍ଟ ହେବା ସହ ଲୋକଙ୍କ ସମସ୍ୟା ବଢୁଛି । ଏସବୁକୁ ରୋକିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ କଡ଼ା ନିର୍ଦ୍ଦେଶନାମା ଜାରି କରିଛି। ଯେଉଁମାନେ ଏସବୁ କାମ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଠିକାଦାର ଓ ଯନ୍ତ୍ରୀମାନେ ନିମ୍ନମାନର କାମ କରିବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ।

ସେତିକି ନୁହେଁ, ପାଣି ପାଇପ ବିଛାଇବା,  ବିଭିନ୍ନ ସଭା ସମିତି ଓ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ଲୋକମାନେ ଗାଁ ରାସ୍ତାକୁ ଖୋଳି ରାଜ୍ୟ ସମ୍ପତ୍ତି ନଷ୍ଟ କରୁଛନ୍ତି । ଏହା ଉପରେ ମଧ୍ୟ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ଠିକାଦାର ଓ ଯନ୍ତ୍ରୀଙ୍କ ପାଇଁ ୩ ସୂତ୍ରୀ କଡ଼ା ନିର୍ଦ୍ଦେଶନାମା ଜାରି କରିଛି। ଯଦି କୌଣସି କାମ ଯାଞ୍ଚ ସମୟ ନିମ୍ନମାନର ହେଲେ ଥ୍ରୀ-ଆର ନିମୟ ଲାଗୁ କରାଯାଇ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ରାସ୍ତାକାମ ନିମ୍ନମାନର ହୋଇଥିବାର ପ୍ରମାଣିତ ହେଲେ ଠିକାଦାର ନିଜସ୍ବ ଖର୍ଚ୍ଚରେ ପୁନଃନିର୍ମାଣ କରିବେ। ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏପରି ନିଷ୍ପତ୍ତିକୁ ରାଜନୈତିକ ଦଳ ଗୁଡ଼ିକ ସ୍ବାଗତ କରିବା ସହ କେତେକ ପ୍ରଶ୍ନ ଉଠାଇଛନ୍ତି। ଅନେକ କ୍ଷେତ୍ରରେ ବହୁ ନ୍ୟସ୍ତସ୍ବାର୍ଥ ଓ ଅସାମାଜିକ ପ୍ରକୃତିର ଲୋକମାନେ ନିଜର ସ୍ବାର୍ଥ ପାଇଁ ରାଜ୍ୟ ସମ୍ପତ୍ତି ନଷ୍ଟ କରୁଥିବାରୁ ଏପରି କଠୋର ନିୟମ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।

Leave A Reply

Your email address will not be published.