ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅର୍ଥ ସାଜିଥିଲା ବାଧକ: ଦୈନିକ ସକାଳ ଓ ଜିଲ୍ଲାପାଳଙ୍କ ପ୍ରୟାସରେ ଆରମ୍ଭ ହେଲା ରମାକାନ୍ତଙ୍କ ଚିକିତ୍ସା

କେନ୍ଦ୍ରାପଡା: ଅର୍ଥ ଅଭାବରୁ ଚିକିତ୍ସିତ ନହୋଇ ଗତ ଦୁଇ ବର୍ଷ ହେଲା ଘୁରି ବୁଲୁଥିବା ରମାକାନ୍ତଙ୍କର ଉତ୍ତମ ଚିକିତ୍ସା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଆରମ୍ଭ ହୋଇଛି। ଏନେଇ ଲଗାତାରଭାବେ ଦୈନିକ ସକାଳ ପକ୍ଷରୁ ରମାକାନ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ନେଇ ଖବର ପ୍ରକାଶ ପାଇଥିଲା । ଏହାପରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତି ୠତୁରାଜ ଘଟଣା ସମ୍ପର୍କରେ ଜାଣିବା ପରେ ରମାକାନ୍ତଙ୍କ ଘରକୁ ମେଡିକାଲ ଟିମ ପହଞ୍ଚାଇବା ସହ ରେଡ଼ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଏହାବାଦ କିଭଳି ରମାକାନ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ଚିନ୍ତା ପ୍ରକଟ କରିଥିଲେ। ମଙ୍ଗଳବାର ରମାକାନ୍ତଙ୍କ ଚିକିତ୍ସା ଆରମ୍ଭ ହେବା ପରେ ଜଲଦି ସେ ଭଲ ହୋଇଯିବାକୁ ଜିଲ୍ଲାପାଳ ଅମ୍ରିତି ଆଶା ପ୍ରକଟ କରିଛନ୍ତି। ଏହାବାଦ ଅନ୍ୟ କୌଣସି ସହାୟତା ଆବଶ୍ୟକ ପଡ଼ିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବାକୁ ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ଏକ ଦୁର୍ଘଟଣାର ଶିକାର ହୋଇ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନ ପାରି ପାଟକୁରା ନିର୍ବାଚନ ମଣ୍ଡଳୀ ପଦ୍ମପୁର ପଂଚାୟତର ଗୋତ୍ରିବିଲ ଗ୍ରାମର ୩୮ ବର୍ଷୀୟ ରମାକାନ୍ତ ସାହୁ ଶଯ୍ୟାଶାୟୀ ହୋଇ ପଡି ରହିଥିଲେ। ଏନେଇ ରମାକାନ୍ତଙ୍କ ବାପା ରାଜକିଶୋର ସାହୁ ବ୍ଲକଠାରୁ ଆରମ୍ଭ କରି ନେତା ପର୍ୟ୍ୟନ୍ତ ବୁଲି ବୁଲି ବିଫଳ ହେବା ପରେ ପୁଅକୁ ବଞ୍ଚାଇବାକୁ ଭିକ୍ଷା ମାଗିବା ଆରମ୍ଭ କରିଥିଲେ। ଗତ ୨୦୨୦ ମସିହା ନଭେମ୍ବର ୧୫ ତାରିଖ ସନ୍ଧ୍ୟାରେ କୌଣସି କାମରେ ରମାକାନ୍ତ ଜମୁନାବାଦ ଆସିଥିଲେ କ୍ଷ ଘରକୁ ଫେରିବାବେଳେ ଜମୁନାବାଦ ଗଡା ନିକଟରେ ଏକ ଅଜଣା ଗାଡି ରମାକାନ୍ତଙ୍କୁ ଧକ୍କା ଦେଇ ଫେରାର ହୋଇଗଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଣ୍ଟା ଘଣ୍ଟା ସେଠାରେ ପଡି ରହିଥିଲେ କ୍ଷ ସ୍ଥାନୀୟ ଲୋକେ ଦେଖି ପ୍ରଥମେ ପାଟକୁରା ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥିତ ଏକ ବେସରକାରୀ ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଦୀର୍ଘଦିନ ଚିକିତ୍ସା କରାଇ ୧୫ ଲକ୍ଷ ଟଙ୍କା ହସ୍ପିଟାଲ ନେଇଥିଲା। ହେଲେ ତାଙ୍କୁ ଅଧା ଚିକିତ୍ସା କରାଇ ଆଉ ଟଙ୍କା ମାଗି ଫେରାଇ ଦେଇଥିଲା। ଘରର ସମ୍ପତ୍ତି, ଅଳଙ୍କାର ସବୁ ବିକ୍ରି କରିବା ପରେ ଅନେକ ଲୋକଙ୍କଠାରୁ ହାତ ଉଧାରୀ ନେଇ ୧୫ ଲକ୍ଷ ଟଙ୍କା ମେଡିକାଲରେ ଦେଇଥିଲେ। ବର୍ତ୍ତମାନ ବଞ୍ଚିବା ପାଇଁ ପାଖରେ ଟଙ୍କାଟିଏ ନଥିବାରୁ ଚିକିତ୍ସା ନହୋଇ ବେଡ଼ରେ ପଡି ରହିଥିଲେ।

Leave A Reply

Your email address will not be published.