ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ

ତେଲକୋଇ : ଦାଦନ ଖଟିବାକୁ ଗଲେ ଶବ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ସୁନ୍ଦରିଆ ଗାଁରେ। ଗାଁର ମହେଶ୍ୱର ପାତ୍ରଙ୍କ ପୁଅ ଟୁନା ପାତ୍ର(୩୦) ଦୀର୍ଘ ଆଠ ବର୍ଷ ହେବ ବାଙ୍ଗାଲୋରରେ ଦାଦନ କାମ କରୁଥିଲେ। ଗତ ୨ ତାରିଖରେ ହନିବେଲ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଛେଦ ରିପୋର୍ଟ ଅନୁଯାୟୀ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିବା ପରେ ଗତକାଲି ରାତିରେ ସୁନ୍ଦରିଆ ସ୍ଥିତ ବାସଭବନରେ ପହଞ୍ଚିଛି। ମହେଶ୍ୱର ଙ୍କର ଏକମାତ୍ର ପୁତ୍ରଙ୍କ ମୃତ୍ୟୁରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.