ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କରୋନା କାଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସୂତ୍ର ଅନୁସାରେ, କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ ୧୧ ପ୍ରତିଶତ ବଢ଼ାଇ ୧୭ ପ୍ରତିଶତରୁ ୨୮ ପ୍ରତିଶତ କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ କର୍ମଚାରୀଙ୍କ ତିନି କିସ୍ତି ମହଙ୍ଗା ଭତ୍ତା ମିଳି ନ ଥିଲା । କରୋନା ସଂକଟ ପାଇଁ ସରକାର ମହଙ୍ଗା ଭତ୍ତା ଉପରେ ରୋକ୍ ଲଗାଇଥିଲେ । ଏବେ ମହଙ୍ଗା ଭତ୍ତା ବଢ଼ିବା ପରେ ସେପ୍ଟେମ୍ବରରେ ଅଧିକ ଦରମା ମିଳିପାରେ ।

କରୋନା ପାଇଁ କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୧ରୁ ମହଙ୍ଗା ଭତ୍ତା ଉପରେ ରୋକ୍ ଲଗାଇ ଥିଲେ । ଏବେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ଏହାର ଲାଭ କର୍ମଚାରୀଙ୍କୁ ମିଳିପାରେ । କ୍ୟାବିନେଟ ସମ୍ପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଥର କ୍ୟାବିନେଟ୍ ବୈଠକ ବସିଥିଲା । କରୋନା ପାଇଁ ପୂର୍ବରୁ ସମସ୍ତ କ୍ୟାବିନେଟ୍ ବୈଠକ ଭର୍ଚୁଆଲରେ ହେଉଥିଲା ।

Leave A Reply

Your email address will not be published.