ଚାହୁଁ ଚାହୁଁ ଲୁଟି ନେଲେ ୧୨ ଲକ୍ଷ ୪୫ ହଜାର

ବାଲେଶ୍ଵର : ଚାହୁଁ ଚାହୁଁ ଲୁଟି ନେଲେ ୧୨ ଲକ୍ଷ ୪୫ ହଜାର। ଆଖି ପିଛୁଳାକେ ଖାଲି ହୋଇଗଲା ପୂରା ଆକାଉଣ୍ଟ। ସାଇବର ଠକମାନେ ବ୍ୟାଙ୍କରେ ଥିବା ସେଭିଂ ଆକାଉଣ୍ଟରୁ ୨ ଲକ୍ଷ ୪୫ ହଜାର ଓ ଫିକ୍ସ ଡିପୋଡିଟ୍‌ ଥିବା ୧୦ ଲକ୍ଷ ଟଙ୍କା ଲୁଟି ନେଲେ। ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବାଲିଗୋହିରୀ ଅଞ୍ଚଳରୁ।

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଞ୍ଚଳର ବାଲିଗୋହିରି ଅଞ୍ଚଳର ଜୋସ୍ନା ରାଣୀ ପାତ୍ର ବାଲେଶ୍ଵର ସହର ସ୍ଥିତ ଇଣ୍ଡୁସଲାଣ୍ଡ ମୁଖ୍ୟ ଶାଖା ରେ ପାଞ୍ଚଲକ୍ଷ୍ୟ ଟଙ୍କା ର ଦୁଇଟି ଫିକ୍ସି ଡିପୋଜିଟ୍ (ଏଫଡି) ୨୦୨୧ ମସିହା ରେ ରଖିଥିଲେ। ତେବେ ଡିସେମ୍ବର ୨୮ ତାରିଖରେ ଖାତାରେ ଜଡିତ ଥିବା ମୋବାଇଲ ନମ୍ବର କୁ ବାରମ୍ବାର ଅନେଶତ ହଜାର ନ ସହ ଅନେଶତ ଟଙ୍କା କାଟିବାର ବରମ୍ବାର ମେସେଜ୍ ଆସିଥିଲା। କାହିଁକି ଏମିତି ମେସେଜ୍ ଆସୁଛି କହି ବୁଧବାର ପ୍ରଥମ ପ୍ରହର ରେ ଇଣ୍ଡୁସଲାଣ୍ଡ ବାଲେଶ୍ଵର ଶାଖା ର ମ୍ୟାନେଜର୍ ଇନ୍ଦ୍ରାଣୀ ଦତ୍ତ ଙ୍କୁ ଭେଟି ଥିଲେ। ବ୍ୟାଙ୍କ୍ ମ୍ୟାନେଜର ଙ୍କୁ ନିଜର ଖାତା କୁ ଲକ୍ କରିବା ପାଇଁ ଖାତାଧିକାରି ଜୋସ୍ନା ରାଣୀ ପାତ୍ର ଓ ନମିନି ସ୍ଵାମୀ ସମୀର କୁମାର ପ୍ରଧାନ ସବୁ ପରିସ୍ଥିତି ବିଷୟରେ ବୁଝାଇ କହି ଥିଲେ। କିନ୍ତୁ ବ୍ୟାଙ୍କ୍ ମ୍ୟାନେଜର ଏହି ବିଷୟରେ ଏକ୍ ସାଇବର ଥାନାରେ ଅଭିଯୋଗ ପାଇଁ କହି ଅଭିଯୋଗ କପି ଦେଲେ ଲକ୍ କରିବେ କହି ଉକ୍ତ ଆକାଉଣ୍ଟ୍ କୁ କିଛି କରି ନଥିଲେ ଓ ମ୍ୟାନେଜର କାର୍ଯ୍ୟ ବ୍ୟସ୍ତତା ରେ ବ୍ୟାଙ୍କ୍ ରୁ ପଳାଇ ଯାଇଥିଲେ।

ବ୍ୟାଙ୍କ୍ ମଧ୍ୟରେ ଛିଡା ହେଉ ହେଉ ସଙ୍ଗେ ସଙ୍ଗେ ଜୋସ୍ନା ରାଣୀ ପାତ୍ର ଙ୍କର ଜମା ଖାତାରେ ଥିବା ୨ ଲକ୍ଷ ୪୫ ହଜାର ଟଙ୍କା କଟିଯିବାର ମେସେଜ୍ ଆସିଥିଲା। ତେବେ ସର୍ବମୋଟ ଜ୍ୟୋତ୍ସ୍ନା ରାଣୀ ଙ୍କର ଦୁଇଟି ଏଫ ଡି ଓ ଜମା ଖାତା ସହ ୧୨ ଲକ୍ଷ୍ୟ ୪୫ ହାଜର କଟି ଯାଇ ଖାତାରେ ୯୧୩ ଟଙ୍କା ରହିଥିଲା। ତେବେ ଏହି ପରି ସ୍ଥିତିରେ ବ୍ୟାଙ୍କ୍ ମ୍ୟାନେଜର ଇନ୍ଦ୍ରାଣୀ ଦତ୍ତ ମହିଳା ଙ୍କ ଫୋନ୍ ଉଠାଇ ନଥିଲେ। ଦୁଇଟି ଏଫଡି ଓ ଜମା ଖାତା ରେ କଟିଥିବା ଟଙ୍କାର ଅନଲାଇନ୍ ରେ କଟକ ସ୍ଥିତ ସାଇବର ଥାନାରେ ଅନଲାଇନ୍ ମାଧ୍ୟମରେ ଏକ ମାମଲା ରୁଜୁ ହୋଇଛି ।

ତେବେ ବ୍ୟାଙ୍କ୍ ମ୍ୟାନେଜର୍ ଙ୍କ ଅସହଯୋଗ ପାଇଁ ସିଧାସଳଖ ଉକ୍ତ ବ୍ୟାଙ୍କ୍ କତୃପକ୍ଷ ଙ୍କୁ ଦାୟୀ କରିଛନ୍ତି। ଖାତାଧାରି ମହିଳା ଜ୍ୟୋତ୍ସ୍ନା ଙ୍କ ସୂଚନା ଅନୁଯାୟୀ ଦୁଇ ଦିନ ପୂର୍ବରୁ ଖାତା ରେ ଜଡିତ ଥିବା ମୋବାଇଲ କୁ ଏକ ଅଜଣା ବ୍ୟକ୍ତି ରିଚାର୍ଜ କରିଥିଲେ। ପରେ ତାଙ୍କୁ ଏକ ମୋବାଇଲ୍ ନମ୍ବର ପରିବର୍ତ୍ତନ ର ମେସେଜ୍ ଆସିଥିଲା। ପରେ ବ୍ୟାଙ୍କ ରେ ଆସି ଚେକ୍ କରିବା ପରେ ସାଇବର ଠକେଇ ହେଇଥିବା ଜାଣିବାକୁ ପାଇ ଥିଲେ ଉକ୍ତ ଦମ୍ପତ୍ତି। ସାଇବର ଠକେଇ ର ଶିକାର ହେବା ଜାଣିବା ପରେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ଏହି ଘଟଣାରେ ବାଲେଶ୍ଵର ଏସ ପି ନୂତନ ସାଇବର ଥାନା କୁ ମାମଲା ଗୁରୁତର ସହ ନିଆଯିବା କଥା କହିଛନ୍ତି। ଅନ୍ୟପଟେ ଉକ୍ତ ଦମ୍ପତି ନ୍ୟାୟ ନ ପାଇଲା ପର୍ଯ୍ୟନ୍ତ ବାଲେଶ୍ଵର ଫକୀରମୋହନ ଗୋଲେଇ ସ୍ଥିତ ଇଣ୍ଡୁସଲାଣ୍ଡ ବ୍ୟାଙ୍କ୍ ରେ ତାଲା ପକାଇ ଧାରଣା ରେ ବସିବା ନେଇ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।

Leave a comment