ସତର୍କ ରୁହନ୍ତୁ : ଲଟେରୀ ଆଳରେ ଜାଲ ବିଛାଉଛନ୍ତି ସାଇବର୍ ଠକ

ଭୁବନେଶ୍ୱର : ‘ମୁଁ ହ୍ୱାଟ୍ସଆପ୍ର ମୁଖ୍ୟ ଅଫିସ ନୂଆ ଦିଲ୍ଲୀରୁ କହୁଛି। ହ୍ୱାଟ୍ସଆପ୍ ତରଫରୁ କରାଯାଇଥିବା ଇଣ୍ଟରନ୍ୟାସ୍ନାଲ ଲକି ଡ୍ର କରାଯାଇଥିଲା। ଏଥିରେ ଭାରତ, ନେପାଳ, ଦୁବାଇ, ସାଉଥ୍ଆରବ ଭଳି ୫ଟି ଦେଶ ଏହି ଖେଳରେ ଅଂଶଗ୍ରହଣ କରିଥିଲେ। ଏଥିରେ ଆପଣଙ୍କ ହ୍ୱାଟ୍ସଆପ୍ ନମ୍ବରରେ ୨୫ ଲକ୍ଷ ଟଙ୍କାର ଲକି ଡ୍ର ଭାବେ ହାସଲ କରିଛନ୍ତି।
ଏହି ୨୫ ଲକ୍ଷ ଟଙ୍କାର ଲକି ଡ୍ର ଲଟେରୀ ମୁମ୍ବଇର ଷ୍ଟେଟ୍ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ପହଞ୍ଚିଛି। ଆଉ ଚେକ୍ ଲେଟରରେ ଅନୁଯାୟୀ ବ୍ୟାଙ୍କର ମ୍ୟାନେଜରଙ୍କ ନମ୍ବରରେ ଯୋଗାଯୋଗ କରନ୍ତୁ। ଉକ୍ତ ନମ୍ବରକୁ ଫୋନ୍ରେ ସେଭ୍ କରିବା ପରେ ହ୍ୱାଟ୍ସଆପ୍ରେ କଲ୍ କରନ୍ତୁ। ଆଉ ସେ ଜିତିଥିବା ୨୫ ଲକ୍ଷ ଟଙ୍କାକୁ କିଭଳି ପାଇବେ ତା’ର ତାରିକା ବ୍ୟାଙ୍କର ମ୍ୟାନେଜର କହିବେ। ଆଉ ତାଙ୍କୁ କେବଳ ହ୍ୱାଟ୍ସଆପ୍ରେ କଲ୍ କରିବେ। ଫୋନ୍ କଲେ ଉଠାଇ ହେବନି। କାରଣ ହ୍ୱାଟ୍ସଆପ୍ରେ ଲଟେରୀ ଜିତିଛନ୍ତି, ସେଥିରୁ ହିଁ କଲ୍ କରିବେ। ଆଉ ଆପଣଙ୍କୁ ଲଟେରୀ ନମ୍ବର ବ୍ୟାଙ୍କ ମ୍ୟାନେଜର ମାଗିଲେ, ଏଥିରେ ଲେଖାଥିବା ଲଟେରୀ ନମ୍ବର ଦେବାକୁ ଠକ କହିଥିଲା। ଏଭଳି ଭାବେ ସାଇବର ଠକ ପୁରସ୍କାର ଟଙ୍କା ଜିତିବାର ଲୋଭ ଦେଖାଇ ସାଇବର ଠକ ମାତିଛନ୍ତି। ଜଣେ ବ୍ୟକ୍ତିଙ୍କୁ ପୁରସ୍କାର ଜିତିଥିବା ଆଳରେ ତାଙ୍କୁ ଜାଲରେ ପକାଇ ଲୁଟିବାକୁ ଯୋଜନା କରିଥିଲେ। କିନ୍ତୁ ଉକ୍ତ ବ୍ୟକ୍ତି ସତର୍କ ହେବା ସହ ସାଇବର ଠକଙ୍କ ଚାଲ୍ ଭେଦ କରି ଭଣ୍ଡୁର କରିଛନ୍ତି। ଏପରି ନୂଆ ନୂଆ ତରିକାରେ ରାଜ୍ୟରେ ମାତିଛନ୍ତି ଠକ। ତେବେ ଏଥରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ପୁଲିସ।