ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଇବର ଠକଙ୍କ ଉତ୍ପାତ: ଆପ୍ଲିକେସନ ଅପଡେଟ ନାଁ ରେ ଲୁଟିନେଲେ ୮ ଲକ୍ଷ

ରାଉରକେଲା: ସାଇବର ଠକଙ୍କ ନୂଆ ତରିକାରେ ଠକେଇ । ମୋଵାଇଲରେ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ସନ୍ଧ୍ୟାରେ ମୋଵାଇଲ ଫୋନରେ ୟୋନୋ ଆପ୍ଲିକେସନ ଅପଡେଟ କରିବା ପାଇଁ ପ୍ରିନସିପାଲଙ୍କୁ କହିଥିଲେ ସାଇବର ଠକ । ପ୍ରିନସିପାଲଙ୍କ ଠାରୁ ଇମେଲ ଆଇ ଡି, ପାସୱାର୍ଡ, ଓଟିପି ନେଇ ଆପ୍ଲିକେସନ ଅପଡେଟ କରିବା ସମୟରେ ସାଇବର ଠକ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ପ୍ରଥମେ ୩ ଲକ୍ଷ, ଦ୍ବିତୀୟରେ ୩ ଲକ୍ଷ ୨୦ ହଜାର, ତୃତୀୟରେ ୨ ଲକ୍ଷ ୬୦ ହଜାର ଓ ଶେଷରେ ୨୪ ହଜାର ୯୯୯ ଟଙ୍କା ଏକାଉଣ୍ଟରୁ ଠକି ନେଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ପ୍ରିନସିପାଲ ବ୍ୟାଙ୍କରେ ଅଭିଯୋଗ କରିଵା ସହ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.