ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଇବର ଜାଲରେ ମହିଳା: ପାଟ ଶାଢ଼ୀ ଦେବାକୁ କହି ୩୩ ହଜାର ଟଙ୍କାର ଚୂନ ଲଗାଇଲେ ଅଦୃଶ୍ୟ ଠକ

ଭୁବନେଶ୍ବର: ପାଟ ଶାଢ଼ୀ ଦେବାକୁ କହି ଫଶେଇ ଦେଲେ ଅଦୃଶ୍ୟ ଠକ। କେନ୍ଦୁଝର ଜିଲ୍ଲାରୁ ରହି ଅପରେଟ କରୁଥିଲେ ସାଇବର ଠକ।  ଜଣେ ମହିଳାଙ୍କୁ ପାଟ ଶାଢ଼ୀ ଦେବାକୁ କହି ୩୩ ହଜାର ଟଙ୍କା ନେଇଗଲେ ସାଇବର ଠକ। ଅନଲାଇନରେ ବିଜ୍ଞାପନ ପରେ ଶାଢ଼ୀ କିଣିବାକୁ ଯୋଗାଯୋଗ କରିଥିଲେ ମହିଳା । ଠକ ହ୍ଵାଟ୍ସଆପରେ ଶାଢୀ ଫଟୋ ପଠାଇ ମହିଳାଙ୍କ ବିଶ୍ୱାସ ଜନ୍ମାଇଥିଲେ । ପରେ କିସ୍ତି କିସ୍ତିରେ ନେଇ ଯାଇଥିଲେ ୩୩ ହଜାର ଟଙ୍କା । ମହିଳା ଜଣକ ସାଇବର ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ।

Leave A Reply

Your email address will not be published.