ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଇବର ଅପରାଧୀଙ୍କ ଜାଲରେ ଛାତ୍ର; ଅନଲାଇନରେ ବ୍ୟବସାୟ କରିବାକୁ କହି ଠକିନେଲେ ୭୩ ହଜାର ଟଙ୍କା

କେନ୍ଦ୍ରାପଡା: ରାଜ୍ୟରେ ମାତିଛନ୍ତି ସାଇବର ଅପରାଧି । ଦିନକୁ ଦିନ ବଢ଼ିବାରେ ଲାଗିଛି ଏଭଳି ଅପରାଧିଙ୍କ ଆତଙ୍କ । ମାତ୍ର କିଛି ସମୟ ମଧ୍ୟରେ ଆକାଉଣ୍ଟ ଶୂନ କରିଦେଉଛନ୍ତି ଏହି ଅପରାଧୀ । ସାଇବର ଅପରାଧିଙ୍କ ଟାର୍ଗେଟରେ ଏବେ ଛାତ୍ର । ଘରେ ବସି ଅନଲାଇନ ଜରିଆରେ ବ୍ୟବସାୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାର ପ୍ରତିଶୃତି ଦେଇ ଠକି ନେଇଛନ୍ତି ହଜାର ହଜାର ଟଙ୍କା । ଏହିଭଳି ଏକ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ଅଧିନ ବାବର ଅଞ୍ଚଳର ସତଗୁଡ଼ିଆ ଗ୍ରାମରେ । ଏହି ଗ୍ରାମର ସନ୍ତୋଷ କୁମାର ସେଠୀ ଜଣେ କଲେଜ ଛାତ୍ର ।

ସୂଚନା ଅନୁସାରେ ଗତ ଅଗଷ୍ଟ ମାସ ୮ ତାରିଖ ସନ୍ଧ୍ୟାରେ ସେ ମୋବାଇଲ ବ୍ୟବହାର କରୁଥିବା ସମୟରେ ଗୋଟେ ଅଜଣା ନମ୍ବରରୁ ମେସେଜ ଆସିଥିଲା । ସେହି ମେସେଜରେ ବିଭିନ୍ନ ପ୍ରକାରର ଅନଲାଇନ ବ୍ୟବସାୟ ବାବଦରେ ଲେଖାଥିଲା । ଏହାପରେ ସନ୍ତୋଷ ସେହି ନମ୍ବରକୁ ବ୍ୟବସାୟ ନେଇ ହ୍ଵାଟ୍ସଆପ ଜରିଆରେ ଆଲୋଚନା କରିଥିଲେ । ଏହାପରେ ସାଇବର ଠକ ହ୍ଵାଟ୍ସଆପ ଜରିଆରେ ଏକ ଲିଙ୍କ ପଠାଇଥିଲେ । ସେହି ଲିଙ୍କ ରେ ପଞ୍ଜିକରଣ କରାଇ ନେବାକୁ ଠକ କହିଥିଲା । ପଞ୍ଜିକରଣ ପରେ ସାଇବର ଠକ କମ୍ପାନୀର ୱେବସାଇଟ ଜରିଆରେ ୩ ମର୍ଚାଣ୍ଟ ଅର୍ଡର ପଠାଇଥିଲେ । ଗୋଟିଏ ଅର୍ଡର କିଣିଲେ କମିଶନ ବାବଦକୁ ଡବଲ ମିଳିବାର ପ୍ରତିଶୃତି ଦେଇଥିଲା । ଏହାପରେ ସନ୍ତୋଷ ଗୋଟିଏ ମର୍ଚ୍ଚାଣ୍ଟ ଅର୍ଡର ବାବଦକୁ ୫ ଶହ ଟଙ୍କା ପଠାଇଥିଲେ । ଏହାପରେ ତାଙ୍କ ଆକାଉଣ୍ଟରୁ ୫ ଶହ କଟିଗଲା । ଏହାର କିଛି ସମୟ ପରେ ଆକାଉଣ୍ଟରେ ଥିବା ୭୩ ହଜାର ଟଙ୍କା ନେଇ ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ । ଠକେଇର ଶିକାର ଜାଣିବା ପରେ ସନ୍ତୋଷ କଟକ ସାଇବର ସେଲ, କେନ୍ଦ୍ରାପଡା ଏସ୍ପି ଆଉ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା ୫୭୮/୨୧ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.